oom

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପରଲୋକରେ ସାମ୍ବାଦିକ ଭବନ ସମ୍ମୁଖରେ ସାମ୍ବାଦିକ ମାନଙ୍କର ଶୋକପୁର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

jsmm


ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ୩୦.୧୨.୨୦୨୦ ତାରିଖରେ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ପରଲୋକ ଖବର ପାଇବା ପରେ ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟର ସାମ୍ବାଦିକ ଓ ସାମ୍ବାଦିକ ଅନୁଷ୍ଠାନମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବୁଧବାର ରାତି ୯.୩୦ ମିନିଟରେ ଶଙ୍କର ପ୍ରସାଦ ମିଶ୍ରଙ୍କ ପାର୍ଥିବ ଶରୀର ବଲାଙ୍ଗିର ପହଞ୍ଚିଥିଲା । ସାମ୍ବାଦିକ ଭବନ ସମ୍ମୁଖରେ ସଂଘର ସଭାପତି ହରିନାରାୟଣ ପୁଜାରୀ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ସାଧାରଣ ସମ୍ପାଦକ ବଲରାମ ମିଶ୍ର, ନବୀନ ପଶାୟତ, ଗୋପବନ୍ଧୁ ଶତପଥି, ସଦାଶିବ ସରାଫ, ମନୋରଂଜନ ଯୋଷୀ, ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସମ୍ପାଦକ ରଂଜିତ ବେହେରା, ସଂଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ବିରେନ୍ଦ୍ର ଝାଙ୍କର, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ସନ୍ଦିପ କୁମାର କୁଅଁର, ଚନ୍ଦ୍ର ଭାନୁ ମୋଲାନା, ଶେକ୍‌ ମହମ୍ମଦ ୱାହିଦ୍‌, ଦିପକ ପୁରୋହିତ, ରଘୁନନ୍ଦନ ସିଂ, ପ୍ରଦିପ୍ତ କୁମାର ମିଶ୍ର, ରୁତୁରାଜ ସିଂ, ଘଟେଶ୍ୱର ମିଶ୍ର, କରୁଣାକର ପ୍ରଧାନ, ମାନସ ରଂଜନ ନନ୍ଦ, ବିଶ୍ୱଜିତ ପଟ୍ଟନାୟକ, ବିଜୟ ପ୍ରଧାନ, ସଂଜୟ ମିଶ୍ର ପ୍ରମୁଖ ଶୋକ ପୁର୍ଣ୍ଣ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ପାର୍ଥିବ ଶରୀରକୁ ଶାନ୍ତିପଡା ବାସ ଭବନକୁ ନିଆଯାଇଥିଲା । ସେଠାରେ ଆତ୍ମୀୟ ସ୍ୱଜନଙ୍କ ଶେଷ ଦର୍ଶନ ପରେ ବିଭୁତିପଡା ସ୍ମଶାନକୁ ନିଆଯାଇ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟଯେ ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକ ସଂଘ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ, ସଭାପତି, ରାଜ୍ୟର ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟିର ଦୁଇଥର ସଭାପତି ଏବଂ ଦେଶର ଜାତୀୟ ସାମ୍ବାଦିକ ୟୁନିଅନର ଉପସଭାପତି ଭାବେ ସୁନାମ ଅର୍ଜନ କରିଥିଲେ । ସ୍ୱର୍ଗତ ମିଶ୍ର ଦୈନିକ ଆଶା, ସମୟ, ସମ୍ବାଦ, ଓଡିଶା ଭାସ୍କର, ସ୍ୱରାଜ୍ୟର ଜିଲ୍ଲା ପ୍ରତିନିଧି ଓ ବଲାଙ୍ଗିର ଖବରର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ଏବଂ ସେ ଜଣେ ସଫଳ ମଂଚ ଅଭିନେତା ଓ ବକ୍ତା ଥିଲେ । ତାଙ୍କରି ବିୟୋଗରେ ସମଗ୍ର ରାଜ୍ୟ ଓ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.