ପରିଜନଙ୍କ ଅଭିଯୋଗ : ଲୁଟ୍‌ କରୁଛିି ବିକାଶ ହସ୍‌ପିଟାଲ୍‌

ଚିକିତ୍ସା ନାଁରେ ଦିନ ଗଡାଇ କେବଳ ଶୋଷଣ କରୁଛି ବିକାଶ- ପରିଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖୁବ ଦୁର୍ବଳ । ଉନ୍ନତ ମାନର ଚିକିତ୍ସା ପାଇଁ ଏଠାକାର ଲୋକେ ଅଂଚଳର ଏକ ମାତ୍ର ବଡ ଘରୋଇ ହସପିଟାଲ ଭାବେ ବରଗଡ ସ୍ଥିତ ବିକାଶ ହସପିଟାଲ ଉପରେ ନିର୍ଭର କରନ୍ତି । କିନ୍ତୁ ବିକାଶ ହସ୍‌ପିଟାଲ୍‌ର କର୍ତ୍ତୁପକ୍ଷ ଲୋକଙ୍କ ଏହି ଅସୁବିଧାର ଫାଇଦା ଉଠାଇ ରୋଗୀସେବା ଆଳରେ ଜନସାଧାରଣଙ୍କୁ ଲୁଟ କରୁଛନ୍ତି ବୋଲି ଆଜି ଏକ ସାମ୍ବଦିକ ସମ୍ମିଳନୀ ରେ ପଟଣାଗଡ ଲାଇନ ପଡା ବାସିନ୍ଦା ତରୁଣ କୁମାର ପାତ୍ର ଅଭିଯୋଗ କରିଛନ୍ତି । କଷ୍ଟ ଅର୍ଜିତ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ କଲାପରେ ମଧ୍ୟ ବିକାଶ ହସ୍‌ପିଟାଲ୍‌ର ଦୁର୍ନୀତି ଓ ଅପାରଗତା ଯୋଗୁଁ, ସେ ତାଙ୍କର ବାପାଙ୍କୁ ହରାଇଛନ୍ତି । ଆହୁରି, ହସପିଟାଲ ନିଜସ୍ୱ ସ୍ୱାର୍ଥରେ ରୋଗୀକୁ ୁ କୋଭୀଡ ପୋଜିଟିଭ୍‌ ଘୋଷଣା କରି ପାତ୍ର ପରିବାରବର୍ଗଙ୍କୁ ଘୋର ଆର୍ଥିକ,ମାନସିକ ଓ ସାମାଜିକ ଦୁସ୍ଥିତି ର ସମ୍ମୁଖୀନ କରିଛନ୍ତିି । ତେଣୁ ରାଜ୍ୟ ସରକାର ଓ ପ୍ରଶାସନ ଏହି ଘଟଣାର ତଦନ୍ତ କରି ବିକାଶ ହସ୍‌ପିଟାଲ୍‌ର ଏଭଳି ରୋଗୀ ଶୋଷଣ ନୀତି ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ସରଳ ପଶ୍ଚିମ ଓଡିଶାବାସୀଙ୍କୁ ଶୋଷଣରୁ ମୁକ୍ତ କରନ୍ତୁ ବୋଲି ଶ୍ରୀ ପାତ୍ର ଦାବୀ କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ପାଟଣାଗଡ ଲାଇନ ପଡା ନିବାସୀ ତରୁଣ , ବାପା ନନ୍ଦ କିଶୋର ପାତ୍ରଙ୍କ(୭୮) ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ହେବାରୁ ୭ ଡିସେମ୍ବର ଦିନ ପାଟଣାଗଡ ଡାକ୍ତରଖାନାରେ ବାପାଙ୍କ ଆର୍ଟିପିସିଆର ଟେଷ୍ଟ କରାଇଥିଲେ । ଯାହାର ରିପୋର୍ଟ ନେଗେଟିଭ ଆସିଥିଲ।। ବପାଙ୍କ ଅବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ ଚିକିତ୍ସା ପାଇଁ ୮ ଡିସେମ୍ବରରେ ବରଗଡ ନେଇ ବିକାଶ ହସପିଟାଲରେ ଭର୍ତ୍ତି କରାଇଥିଲେ । ରୋଗୀର ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଥିବାରୁ ବିକାଶ ହସପିଟାଲରେ ଭର୍ତ୍ତି ସମୟରେ ରୋଗୀର ପୁଣି ଥରେ କୋଭୀଡ ଟେଷ୍ଟ କରାଯାଇଥିଲ।। ରିପୋର୍ଟ ପୁଣି ନେଗେଟିଭ ଆସିଥିଲା । ରୋଗୀଙ୍କୁ ଜେନେରାଲ ଆଇସିୟୁରେ ଭତ୍ତି କରି ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ଲକ୍ଷଲକ୍ଷ ଟଙ୍କାର ଔଷଧ ଓ ଦିର୍ଘ ଦଶ ଦିନର ଚିକିତ୍ସା ପରେ ମଧ୍ୟ ରୋଗୀଙ୍କ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ପରିଜନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିଥିଲେ । ପରିଜନଙ୍କ ଅନୁରୋଧ କ୍ରମେ ରୋଗୀଙ୍କୁ ଡିସଚାର୍ଜ କରିବା ପରିବର୍ତ୍ତେ କର୍ତ୍ତୁପକ୍ଷ ଆଶ୍ଚର୍ଯ୍ୟଜନକ ଭାବେ ଭର୍ତ୍ତି ହେବାର ଦଶ ଦିନ ପରେ ୧୮ ତାରିଖରେ ରୋଗୀର ପୁଣି ଥରେ କୋଭୀଡ ପରୀକ୍ଷା କରାଇଥିଲେ । ବାରମ୍ବାର ଅନୁରୋଧ ସତ୍ୱେ , କର୍ତ୍ତୁପକ୍ଷ ରୋଗୀର ରିପୋଟ ପୋଜିଟିଭ ଆସିଥିବା ଦର୍ଶାଇ ରୋଗୀକୁ ଡିସଚାର୍ଜ କରାଯାଇ ପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ବିକାଶ ହସପିଟାଲର କାର୍ଯ୍ୟକଳାପ ରେ ସନ୍ଦେହ ହେବାରୁ ୧୯ ତାରିଖ ଦିନ ବାଧ୍ୟ ହୋଇ ପରିବାର ବର୍ଗ ଜୋର ଜବରଦସ୍ତ ରୋଗୀଙ୍କୁ ସ୍ଥାନାନ୍ତରିତ କରି ବରଗଡ କୋଭୀଡ ସେଣ୍ଟରରେ ଭର୍ତ୍ତି କରିଥିଲେ । ସେହି ଦିନ ସନ୍ଧ୍ୟାରେ ବାପାଙ୍କ ମୃତ୍ୟୁ ହୋଇ ଯାଇଥିଲା । ତେବେ ଦୁଇ ଦୁଇ ଥର ନେଗେଟିଭ ଆସିଥିବା ରିପୋର୍ଟ ବିକାଶ ହସପିଟାଲ ରେ ଭର୍ତ୍ତି ହେଲା ଦଶ ଦିନ ପରେ ପୋଜେଟିଭ ହେଲା କିପରି ? ଯଦି ରିପୋର୍ଟ ପ୍ରକୃତରେ ପୋଜିଟିଭ ଥିଲା , ଏଥି ପାଇଁ ଦାୟୀ କିଏ ? ନା ବିକାଶ ହସପିଟାଲ ଚିକିତ୍ସା ନାଁ ରେ ଦିନ ଗଡାଇ ରୋଗୀଙ୍କୁ କେବଳ ଶୋଷଣ କରୁଛନ୍ତି ବୋଲି ତରୁଣ ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ଏ ସଂକ୍ରାନ୍ତରେ ପାତ୍ର ପରିବାର ପକ୍ଷରୁ ପାଟଣାଗଡ ଥାନାରେ ରିପୋର୍ଟ କରାଯିବା ସହ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଲିଖୀତ ଅଭିଯୋଗ କରାଯାଇଥିବା ପରିବାର ର ଅନ୍ୟ ଦୁଇ ପୁଅ ନିହାରକାନ୍ତ ପାତ୍ର ଓ ରଶ୍ମୀ ରଞ୍ଜନ ପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ବିକାଶ ହସପିଟାଲ ତରଫରୁ ଏସଂକ୍ରାନ୍ତରେ କୌଣସି ମତାମତ ମିଳିପାରି ନାହିଁ ।

Leave A Reply

Your email address will not be published.

nine + four =