csstore

ବୀରତା ଦିବସ ଅବସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଆପ୍

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବୀର ତଥା ଘେଁସ ଜମିଦାର ମାଧୋ ସିଂଙ୍କ ଫାଶୀ ଦିବସକୁ ବୀରତା ଦିବସ ଭାବେ ପାଳନ କରାଯାଏ। ଏହି କ୍ରାନ୍ତିକାରୀ ମାନଙ୍କୁ ମନେ ପକେଇବା ପାଇଁ ୩୧ ଡ଼ିସେମ୍ବରକୁ ବଳିଦାନ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ମାଧୋ ସିଂ ଓ ତାଙ୍କ ୩ ପୁଅ ଓ ଜୁଆଁଇଙ୍କୁ ଇଂରେଜମାନେ ଫାଶୀ ଦେଇ ଥିବାବେଳେ ଆଉ ଗୋଟିଏ ପୁଅଙ୍କୁ ଆଣ୍ଡାମାନର ସେଲୁଲାର ଜେଲକୁ ପଠାଇ ଦେଇଥିଲେ । ଏହି ସହିଦମାନଙ୍କୁ ଆମ ଆଦମୀ ପାର୍ଟି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ବଳିଦାନକୁ ସ୍ମରଣ କରିଛି । ଜିଲ୍ଲା ଆବାହକ ଭାବନୀ ସାହୁ, ରମେଶ ପତି, ମରିୟମ ବାର୍ଲା, ଅସିତ ସାହୁ, ସୁଦାମ ସାହୁ ହଳଦିପାଲି ସହିଦ ସ୍ତମ୍ଭ ଠାରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

jayashree
Leave A Reply

Your email address will not be published.