csstore

ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ବଲାଙ୍ଗିର/ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ସ୍ଥାନୀୟ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବ୍ଲକ ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବ୍ଲକ ଉନ୍ନୟନ ଅଧିକାରୀ ଅକ୍ଷୟ ପାନୀଉଡୁ ଯୋଗ ଦେଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବ୍ୟାସଦେବ ରାୟ, ଋଷୀମତୀ ତ୍ରିପାଠୀ, ଟଙ୍କଧର ଭୋଇ, ବ୍ଲକ ବିଜ୍ଞାନ ଆବାହକ ଅଶୋକ ତ୍ରିପାଠୀ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବ ତ୍ରିପାଠୀ, ନୋଡାଲ ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇ, ବ୍ଲକ ବିଜ୍ଞାନ ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର ମଞ୍ଚାସୀନ ଥିଲେ । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର, ମୌସୁମୀ ନାୟକ, ଅରୁନ୍ଧତୀ ବଢେଇ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା ସିଆର୍‌ସିସି ନିତ୍ୟାନନ୍ଦ ବାଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଷ୍ଣୁ ପ୍ରସାଦ ମିଶ୍ର । କାର୍ଯ୍ୟକ୍ରମରେ ୪୧ଟି ପ୍ରକଳ୍ପ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ବ୍ଲକ ସ୍ତରରୁ ଯୋଗ୍ୟ ବିବେଚିତ ହୋଇଥିବା ଶ୍ରେଷ୍ଠ ୫ଟି ପ୍ରକଳ୍ପ- ଯୋଗୀସର୍ଡା ହାଇସ୍କୁଲର ଛାତ୍ର ଅଶୋକ ଚୌହାନ, ତଲିଉଡାର ହାଇସ୍କୁଲର ଛାତ୍ରୀ ରେଶମା ପ୍ରଧାନ, କୁଟୁରାପାଲି ହାଇସ୍କୁଲର ଛାତ୍ର ମୁକେଶ ବାଗ, ବାଦିବାହାଲ ହାଇସ୍କୁଲର ଛାତ୍ରୀ ପ୍ରିୟଙ୍କା ଧରୁଆ, ଲୋଇସିଂହା ବାଳିକା ବିଦ୍ୟାଳୟର ଛାତ୍ରୀ ନିତୁ ପଟେଲ ଓ ଫଟାବାହାଲ ପିୟୁପିଏସ୍‌ର ଛାତ୍ରୀ ଅଙ୍କିତା ଗଡତ୍ୟା ଜିଲ୍ଲାସ୍ତରୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେବେ ।

jayashree
Leave A Reply

Your email address will not be published.