pakka

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

bbehera

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନ ସମ୍ମୁଖରେ ଥିବା ଗୁରମିତ ହୋଟେଲରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ଥାନୀୟ କକ୍ସ କଲୋନୀର ରାଜୁ କୁମାର(୨୮) ବିଦ୍ୟୁତ୍‌ ଆଘାତରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଜିଆର୍‌ପି ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି ।

Leave A Reply

Your email address will not be published.

fourteen + 12 =