jsm

୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ଦ୍ଵାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

csstore

ଭଇଁଷା/ବଲାଙ୍ଗୀର, (କେପିଏନ୍‌ଏସ୍‌) : ଭଇଁଷା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଅବସରରେ ହଜାର ହଜାର ଭକ୍ତ ଯୋଗ ଦେବାର ଲକ୍ଷ୍ୟ ରଖି ଆଜି ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜ ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନେଇ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ନେତୃତ୍ୱରେ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ, ଉପଦେଷ୍ଟା ସ୍ୱାରିକାନାଥ ପଟେଲ, ମଣ୍ଡଳ ସଭାପତି ଭଇଁଷା ଚିନ୍ତାମଣି ରାଉତ, ଗୁଡ଼ି ସଭାପତି ଜ୍ଞାନେନ୍ଦ୍ର ପଟେଲ, ବାରପୁଡୁଗିଆ ଗୁଡ଼ି ସଭାପତି ସାରଥୀ ପଟେଲ, ଯୁବାମଞ୍ଚର ବିବେକାନନ୍ଦ ପଟେଲ, ଜ୍ୟୋତିପ୍ରକାଶ ପଟେଲ, ସମେତ ଅଧିକାରୀ ପଟେଲ, ସୁଶିଲ ପଟେଲ, ରାଜକୁମାର ପଟେଲ, ଜଗତ ରାମ ପଟେଲ, ବିଭୂତି ପଟେଲ ସମେତ ମନ୍ଦିରପଡ଼ା ଜଗନ୍ନାଥ ସାଂସ୍କୃତିକ କଳା ପରିଷଦର ସମସ୍ତ କର୍ମକର୍ତ୍ତା ସହ ଯୁବବନ୍ଧୁ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.