pakka

ବୋଲେରୋ ଧକ୍କାରେ ମୋଟର ସାଇକେଲ ଆରୋହୀ ଗୁରୁତର

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ଗୁଣ୍ଡୁରୁପାଲି ଗାଁ ପୋଖରୀ ନିକଟରେ ବୋଲେରୋ ଧକ୍କାରେ ଶନିବାର ସନ୍ଧ୍ୟାରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ମୋଟର ସାଇକେଲ ଆରୋହୀ ହେଲେ ବଡ଼ଗୁର୍ଜିଭଟା ଗାଁର ଭାସ୍କର ଦାଶ (୫୫) ବୋଲି ଜଣାଯାଇଛି । ଏନେଇ ଖବର ପାଇ ଖପ୍ରାଖୋଲ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ଜଣାଯାଇଛି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭର ଘଟଣା ସ୍ଥଳଠାରୁ ଅଳ୍ପ ଦୂରରେ ବୋଲେରୋ ଛାଡ଼ି ଚାଲି ଯାଇଥିବାରୁ ବୋଲେରୋକୁ ମଧ୍ୟ ପୋଲିସ ଥାନାକୁ ନେଇଥିବା ଜଣାଯାଇଛି । ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

six + 1 =