ପୃଥ୍ୱୀରାଜ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ

ଲୋଇସିଂହା, (କେପିଏନ୍ଏସ୍) : ଆଜି ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମରେ ୯ତମ ପୃଥ୍ୱୀରାଜ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ସଭାପତି ସନ୍ତୋଷ ଭୋଳ। ଆଜି ହୋଇଥିବା ଫାଇନାଲ ମ୍ୟାଚ ଦାବକାନୀ ଓ ସରଧାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଯାହାର ଫଳାଫଳରେ ପେନାଲ୍ଟି ସୁଟ ଆଉଟ ମାଧ୍ୟମରେ ଦାବକାନୀ ଗ୍ରାମକୁ ବିଜୟୀ ଘୋଷିତ କରାଯାଇଥିଲା। ଏଥିରେ ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା ନଗର ସଭାପତି ସନ୍ତୋଷ ସାହୁ, ପାଟଣାଗଡ଼ ବ୍ଲକ ସଭାପତି ସୁବ୍ରତ କୁଁଅର, ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ, ମୁନେଶ ରଥ, ଭାସ୍କର ରାଓ, ସୁଶୀଲ ସାହୁ, ଶୈଳେନ୍ଦ୍ର ନାଏକ, ରାଜୁ ନାଏକ, ଦେବରାଜ ନାଗ, ପ୍ରଦୀପ ସାହୁ, ଗିରିଧାରୀ ସାହୁ, ଶଙ୍କର ଅଗ୍ରୱାଲ, ନେପାଲ ସା, ସୀତାରାମ ପ୍ରଧାନ, ରାଜକିଶୋର ସେଠ ଓ କୁଶଙ୍ଗ ଗ୍ରାମର ଜ୍ୟୋତିରଞ୍ଜନ ରାଉତ, ସୁରେଶ ନାଏକ, ଆନନ୍ଦ ନାଏକ, ଟିକମଣୀ ନାଏକ,କିଶୋର, ବନ, ଟିଟୁ, ପ୍ରକାଶ, ଅଜିତ ଆଦି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.