csstore

କଂଟାବାଂଜି ମାଳି ସମାଜ ଯୁବ ସଂଗଠନ ଗଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସ୍ଥିତ କୋଶଲେଶ୍ୱର ମାଳି ସମାଜ ଭବନରେ ବୁଧବାର ଅପରାହ୍ନରେ ସମାଜର ଯୁବକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସମାଜର ସଭାପତି ଶେଷଦେବ ପୁଟେଲ ସଭାପତିତ୍ୱ କରିଛନ୍ତି । ସଭାରେ କଂଟାବାଂଜି ଏନ.ଏ.ସି.ସ୍ତରୀୟ ଯୁବ ସଂଗଠନ ଗଠନ କରାଯାଇଛି । ଏହି ସଂଗଠନରେ ସଭାପତି ଭାବେ ଘନଶ୍ୟାମ ପୁଟେଲ, ଉପସଭାପତି ଗୌରହରି ପୁଟେଲ, ସଂପାଦକ ରମାନନ୍ଦ ପୁଟେଲ, ସହସଂପାଦକ ଲୋଚନ ପୁଟେଲ, କୋଷାଧ୍ୟକ୍ଷ ବରୁଣ ପୁଟେଲଙ୍କୁ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଛି । କାର୍ୟ୍ୟକାରୀ ସଭ୍ୟ ଭାବେ ଆଇନଜୀବି ବିଜୟ ପୁଟେଲ, ସଂଜୟ କୁମାର ପୁଟେଲ, ଶଙ୍କର ପୁଟେଲ, ଜିତେନ ପୁଟେଲ, ଦଶମୁ ପୁଟେଲ, ମକର ଧ୍ୱଜ ପୁଟେଲ, ଅଶୋକ ପୁଟେଲ, କୈଲାଶ ପୁଟେଲ, ଜଗତ ପୁଟେଲ, ବାବୁଲାଲ ପୁଟେଲ, ବିରେନ୍ଦ୍ର ପୁଟେଲ, ପ୍ରେମ ପୁଟେଲ, ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.