jayashree

ସ୍ୱରାଗିଣୀ ପାଳିଲା ଆନ୍ତର୍ଜାତିକ ମହିଳା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ମଙ୍ଗଳଙ୍କ ସଭାପତିତ୍ୱ, ସମ୍ପାଦିକା ପୁଷ୍ପଲତା ବିଶ୍ୱାଳଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ମମତାଞ୍ଜଳୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ ଡ. କିଶୋରୀ ଦାଶ, ଡ଼. ସରିତା ମଲ୍ଲ ଓ ନିବେଦିତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ବିକଶିତ ସମାଜରେ ମହିଳାମାନଙ୍କ ଅବଦାନ, ମହିଳା ସଶକ୍ତିକରଣ, ଆତ୍ମବିଶ୍ୱାସ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମହିଳାମାନଙ୍କ ସହଭାଗିତା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଗୋଟିଏ ଦିନରେ ସିମୀତ ନରଖି ସବୁଦିନ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ନୃତ୍ୟ ଓ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନୃତ୍ୟର ବିଚାରକ ଭାବେ ସୁଜାତା ସାମଲ ଓ ସନ୍ଦୀପ ଦାସ ତଥା ପିଠା ପ୍ରତିଯୋଗିତାର ବିଚାରକ ଭାବେ ରେଣୁବାଳା ସ୍ୱାଇଁ ଓ ସୁନନ୍ଦା ପଟ୍ଟନାୟକ ଦାୟିତ୍ଵ ତୁଳାଇଥିଲେ । ଅତିଥିମାନଙ୍କ ସହ ବିଚାରକ ମଣ୍ଡଳୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିବା ବେଳେ ସ୍ଵତନ୍ତ୍ର ଭାବେ ପଶ୍ଚିମ ଓଡିଶାର ଗାୟିକା ଉର୍ମିଳା ମାହାତୋଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଓ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପସଭାପତି ସ୍ୱର୍ଣ୍ଣପ୍ରଭା ପଲେଇ, ଦିପ୍ତି ନାୟକ, ରଶ୍ମିରାଣୀ ନାୟକ, ସୁନିତା ବିଶ୍ୱାଳ, ରୂପା ଜ୍ୟୋତି, ପ୍ରତିମା ବେହେରା, ଉର୍ମିଳା ପରିଡ଼ା, ମୀନତି ତ୍ରିପାଠୀ, ପଦ୍ମାରାଣୀ ବେହୁରା, ନିବେଦିତା ସ୍ୱାଇଁ, ପ୍ରଣତୀ ପାତ୍ର, ରଞ୍ଜିତା ସାହୁ, ସାଗରିକା ସାହାଣୀ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.