oom

ଯାତ୍ରା ଟୁର୍ଣ୍ଣାମେଣ୍ଟ ନେଇ ପ୍ରାକ ପ୍ରସ୍ତୁତି ବୈଠକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟାପଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶିକ୍ଷାବିତ୍‌ ତଥା ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ମୁଦୁଲିଙ୍କ ପୌରୋହିତ୍ୟରେ କଳାପ୍ରେମୀମାନଙ୍କୁ ନେଇ ଶ୍ରୀଜଗନ୍ନାଥ କଳା ସାଂସ୍କୃତିକ ମଞ୍ଚର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତଃ ଭାବେ ଏକ ରାଜ୍ୟସ୍ତରୀୟ ଯାତ୍ରା ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ମଞ୍ଚର କର୍ମକର୍ତ୍ତାଙ୍କୁ ଏହି ବୈଠକରେ ଚୟନ କରାଯାଇଥିଲା । ସେଥି ମଧ୍ୟରେ ସଭାପତି ଭାବେ ଗୌରୀଶଙ୍କର ବାରିକି, ଉପସଭାପତି ଅକ୍ଷୟ କୁମାର ସାହୁ, ସମ୍ପାଦକ ରମାକାନ୍ତ ନାୟକ, ସହ ସମ୍ପାଦକ ସୁଧିର କୁମାର ସାହୁ, କୋଷାଧ୍ୟକ୍ଷ ଚିତରଞ୍ଜନ ନାୟକ, ଉପଦେଷ୍ଟା ରୋହିତ କୁମାର ସାହୁ, ଶବର କୁମାର ତରାଇ, ନିରଞ୍ଜନ ମୁଦୁଲି, ପ୍ରମୋଦ କୁମାର ପଣ୍ଡା, କାର୍ଯ୍ୟକାରୀ ସଭ୍ୟ ପଙ୍କଜ କୁମାର ବାରିକି, ସୁରେଶ ନାୟକ, ବିଜୟ କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ଦାଶ, ପ୍ରହଲ୍ଲାଦ ସାହୁ, ସମର ରଞ୍ଜନ ସ୍ୱାଇଁ, କାହ୍ନୁଚାରଣ ନାହାକ, ରାମାକାନ୍ତ ନାହାକ, ବିକ୍ରମ ବିଶ୍ୱାଳ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ମଞ୍ଚ ପକ୍ଷରୁ ଆଗାମୀ ବୈଠକରେ କାର୍ଯ୍ୟକ୍ରମ ସମ୍ପର୍କରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.