ଗାଳ୍ପିକା ଗାୟତ୍ରୀ ସରାଫ୍‌ଙ୍କୁ ୨୦୨୪ର ମର୍ଯ୍ୟାଦାଜନକ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର

କଟକ, (କେପିଏନ୍‌ଏସ୍‌) : କଟକସ୍ଥିତ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ଦ୍ୱାରା ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ଚଳିତ ବର୍ଷ ବିଶିଷ୍ଟ କଥାଶିଳ୍ପୀ ଗାୟତ୍ରୀ ସରାଫ୍‌ଙ୍କୁ ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍‌ ବିଜ୍ଞାପ୍ତିରେ ଘୋଷଣା କରାଯାଇଛି । ପ୍ରତିବର୍ଷ କଥା ସାହିତ୍ୟରେ ବିଶେଷ କୃତିତ୍ୱ ହାସଲ କରିଥିବା କଥାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ୨୦୨୪ ଅପ୍ରେଲ ୭ ତାରିଖ କଟକସ୍ଥିତ କଳାବିକାଶ କେନ୍ଦ୍ରରେ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ । ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି । ମୁଖ୍ୟ ଅତିଥି ସୁପ୍ରିମ୍‌ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କଠାରୁ ଗାଳ୍ପିକ ଗାୟତ୍ରୀ ଏହି ପୁରସ୍କାର ଗ୍ରହଣ କରିବେ । କବି ଓ ଲେଖକ ବୃନ୍ଦ ତଥା ସାହିତ୍ୟ ପ୍ରେମୀଗଣ ଗାୟତ୍ରୀଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଉଛନ୍ତି ।

Leave A Reply

Your email address will not be published.

10 − seven =