ପରଲୋକରେ ବିଶିଷ୍ଟ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଶିଷ୍ଟ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଗତ କିଛି ଦିନ ତଳେ ନିମୋନିଆରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ତେବେ ବୁଧବାର ରାତି ୧୨ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ‌ସ୍ୱର୍ଗତ ମହାପାତ୍ର‌ଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ହେଉଥିଲା । ତେବେ ତାଙ୍କ ପରଲୋକ ଖବରକୁ ନେଇ ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି । ।

Leave A Reply

Your email address will not be published.