ବିରଳ ପ୍ରଜାତିର ମାଛ ଉଦ୍ଧାର : ଜୋର୍‌ ଧରିଛି ଦେଖଣାହାରୀ‌ଙ୍କ ଭିଡ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ତେଲ ନଦୀରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର କରିଛ‌ନ୍ତି ମତ୍ସ୍ୟଜୀବୀମାନେ ବୋଲି ଖବର ମିଳିଛି । ସୂଚନାଯୋଗ୍ୟ ଯେ, ମତ୍ସ୍ୟଜୀବୀ ସଞ୍ଜୟ ଅଧିକାରୀ ଏବଂ ପ୍ରମୋଦ ନାୟକ ତ ଡଙ୍ଗାରେ ତେଲ ନଦୀରେ ମାଛ ମାରୁଥିବା ବେଳେ ଏକ ବିରଳ ପ୍ରଜାତିର ମାଛ ଆସି ଜାଲରେ ଲାଗିଥିଲା ଯାହାକି ୧ କିଲୋଗ୍ରାମ ଓଜନର ବୋଲି ଜଣାପଡିଛି । ସ୍ଥାନୀୟଲୋକ‌ଙ୍କ କହିବାନୁସାରେ ପୂର୍ବରୁ କେବେ ଏ ପ୍ରକାର ମାଛ ଦେଖିବାକୁ ମିଳିନଥିଲା । ସେଥିପାଇଁ ଦେଖଣାହାରୀ‌ଙ୍କ ଭିଡ ଜୋର୍‌ ଧରିଛି ‌ । ତେବେ ମାଛଟି କେଉଁ ପ୍ରଜାତିର ତାହା ବ‌ର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.