csstore

ଗାୟତ୍ରୀ ଶକ୍ତିପୀଠ ବଲାଙ୍ଗିରର ପ୍ରାଣ ପ୍ରତିଷ୍ଠା ଅବସରରେ ସଂକଳ୍ପ ସମାରୋହ ଓ ବୁଦ୍ଧିଜୀବୀ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାୟତ୍ରୀ ଶକ୍ତିପୀଠ ବଲାଙ୍ଗିରର ପ୍ରାଣ ପ୍ରତିଷ୍ଠା ଅବସରରେ ସଂକଳ୍ପ ସମାରୋହ ଓ ବୁଦ୍ଧିଜୀବୀ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାର ଟ୍ରଷ୍ଟର ଟ୍ରଷ୍ଟି ଯୁଗଲ କିଶୋର ଝା, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନମନ୍ତ୍ରୀ ପାଟଣା ମହାରାଜା କନକ ବର୍ଦ୍ଧନ ସିଂହଦେଓ, ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଶ୍ରୀରାମ ପ୍ରସାଦ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଶିବଦତ୍ତ ମିଶ୍ର ସମ୍ମାନିତ ବକ୍ତା ଭାବରେ ଯୋଗଦେଇଥିଲେ । ଟ୍ରଷ୍ଟ ସଦସ୍ୟ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ ସଂକଳ୍ପ ସମାରୋହ ଓ ବୁଦ୍ଧିଜୀବୀ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଏହି ସମାରୋହକୁ ସାମ୍ବାଦିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଥିବା ପ୍ରକାଶ କରିଥିବା ବେଳେ ମୁଖ୍ୟ ଅତିଥି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ତାଙ୍କର ବକ୍ତବ୍ୟରେ ଗାୟତ୍ରୀ ଶକ୍ତିପୀଠ ନାରୀ ସଶକ୍ତିକରଣର ନୂତନ ଚେତନା । ଭାରତୀୟ ଜନ ଜୀବନରେ ନାରୀର ସ୍ଥିତିକୁ ସୁଧାରିଲେ ହିଁ ଏ ଦେଶର ପ୍ରକୃତ ପ୍ରତିଷ୍ଠା ଆସିପାରିବ ଓ ଦେଶକୁ ଏକ ନୂତନ ଦିଗରେ ଆଗକୁ ନେଇ ହେବ ତଥା ନାରୀକୁ ତାର ପ୍ରକୃତ ସମ୍ମାନ ଫେରାଇବାର ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା କହିଥିଲେ । ପୂର୍ବତନମନ୍ତ୍ରୀ ପାଟଣା ମହାରାଜା କନକ ବର୍ଦ୍ଧନ ସିଂହଦେଓ, ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଶ୍ରୀରାମ ପ୍ରସାଦ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଶିବଦତ୍ତ ମିଶ୍ର ବୌଦ୍ଧିକ ଚେତନା ଜାଗ୍ରତ କରିବାକୁ ହେଲେ ଗାୟତ୍ରୀ ମନ୍ତ୍ରର ଉପଯୋଗିତା, ବଲାଙ୍ଗିରରେ ଶକ୍ତିପୀଠ ପ୍ରତିଷ୍ଠା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.