csstore

ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ : ୨୫୦ରୁ ଅଧିକ ଲୋକ ଉପକୃତ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : କଣ୍ଟାବାଞ୍ଜି ହେମାଲ ଭବନରେ ରାୟପୁର ଏମ୍‌ଏମ୍‌ଆଇ ନାରାୟଣ ଡାକ୍ତରଖାନା ପକ୍ଷରୁ କୋଶଳେଶ୍ୱରୀ ଯୁବ ମାଳୀ ସମାଜ ସହଯୋଗରେ ଏକ ଦ୍ଵିବସୀୟ ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ଆରମ୍ଭ ପୂର୍ବରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ମାଳୀ ସମାଜ ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲ, ମାଳୀ ସମାଜ ଆଞ୍ଚଳିକ ସଭାପତି ଶେଷଦେବ ପୁଟେଲ, ଯୁବ ସଭାପତି କଣ୍ଟାବାଞ୍ଜି ଶାଖା ରାଜୁ ପୁଟେଲ, ରାଜ୍ୟ ସଭାପତି ନୀତିନ ପୁଟେଲ, ସମ୍ପାଦକ ଘନଶ୍ୟାମ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ । ଶିବିରରେ ଡାକ୍ତରଖାନାର ମୁତ୍ର ରୋଗ ବିଶେଷଜ୍ଞ ଡାକ୍ତର ବରୁଣ ଶର୍ମା, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପଙ୍କଜ ପଟେଲ, ଡାକ୍ତର ସ୍ଵପ୍ନିକ କଟାରିଆ, ଡାକ୍ତର ପ୍ରଦୀପ ଅଗ୍ରୱାଲ ୨୬୫ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ଔଷଧ ମଧ୍ୟ ଦେଇଥିଲେ । ଅନେକ ରୋଗୀଙ୍କୁ ନିଶୁଳ୍କ ରକ୍ତଚାପ, ମଧୁମେହ ଏବଂ ଇସିଜି ଟେଷ୍ଟ ମଧ୍ୟ କରଯାଇଥିଲା । ଡାକ୍ତର ଟିମ୍‌ରେ ତାଙ୍କ ସହଯୋଗୀ ଭାବେ ଯତୀନ ପଟେଲ ଏବଂ ଦିନେଶ ସାହୁ ଥିବାବେଳେ କୋଶଳେଶ୍ୱରୀ ଯୁବ ମାଳୀ ସମାଜ ସଭାପତି ତଥା ରାଜୁ ପୁଟେଲ, ସମ୍ପାଦକ ଘନଶ୍ୟାମ ପୁଟେଲ, ଉପସଭାପତି ଅଶୋକ ପୁଟେଲ, ରାଜ୍ୟ ସଭାପତି ନିତିନ ପୁଟେଲ, ସମ୍ପାଦକ ପ୍ରେମାନନ୍ଦ ପୁଟେଲ, ଗୌରବ ପୁଟେଲ, ଗଙ୍ଗା ପୁଟେଲ, ଡୁଙ୍ଗର ପୁଟେଲ, ସଞ୍ଜୟ ପୁଟେଲ, ବିଜଯ ପୁଟେଲ, ଶୁକୃ ପୁଟେଲଙ୍କ ସହ ସମାଜର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.