csstore

ଏମ୍‌ଡିଏମ୍‌ ପାଚିକା ସହାୟିକାଙ୍କ ଦ୍ୱାରା ସରକାରଙ୍କ ଭତ୍ତାବୃଦ୍ଧିରେ ଅସନ୍ତୋଷ ପ୍ରକାଶ କରି ର‍୍ୟାଲି ଓ ପ୍ରତିବାଦ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ସହ ସହ ବନ୍ଧିତ ନିଖିଳ ଓଡିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ କୋସଲ କଳାମଣ୍ଡଳ ପଡିଆଠାରୁ ଏକ ବିରାଟ ର‍୍ୟାଲିରେ ଜିଲ୍ଲାର ୧୪ ଗୋଟି ବ୍ଲକରୁ ହଜାର ହଜାର ସଂଖ୍ୟାରେ ପାଚିକା ସହାୟିକାମାନେ ଶୋଭାଯାତ୍ରାରେ ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଇ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ ସଭା ଅନୁଷ୍ଠିତ କରିଥିଲେ । ଏଆଇଟିୟୁସି ଜିଲ୍ଲା ସଭାପତି ତିର୍ଥ ପଧାନ ଶୋଭାଯାତ୍ରାରେ ଯୋଗ ଦେଇ ପ୍ରତିବାଦ ସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୭.୦୨.୨୦୨୪ ତାରିଖ ଦିନ ପାଚିକା ସହାୟିକାମାନଙ୍କୁ ଉପେକ୍ଷା କଲା ଭଳି କେବଳ ୬୦୦ ଟଙ୍କା ବୃଦ୍ଧି କରିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଭଲ ଭାବରେ ଜାଣିଛନ୍ତି ବଜାର ଦର ହୁ ହୁ ବଢୁଥିବା ଥିବା ବେଳେ ସମାଜର ତଳ ସ୍ତରରେ କାର୍ଯ୍ୟ କରୁଥିବା ବାଚିକା ସହାୟିକାମାନେ ଆୟ ଅତି ନଗନ୍ୟ । ବିଭିନ୍ନ ବର୍ଗରେ କାର୍ଯ୍ୟ କରୁଥିବାମାନଙ୍କ ମଜୁରି ବୃଦ୍ଧି କରାଯାଉଥିବା ବେଳେ ପାଚିକା ସହାୟିକାମାନଙ୍କ ଭତ୍ତାବୃଦ୍ଧି ଅତି ନଗନ୍ୟ । ଆପଣଙ୍କ ଘୋଷିତ ଭତ୍ତାକୁ ମିଶାଇଲେ ଜଣେ ପାଚିକାର ଦୈନିକ ୬୬ ଟଙ୍କା ହେଉଛି । ଏତିକି ପଇସାରେ ପରିବାର ଚଳାଇବା ଅତିବ କଷ୍ଟସାଧ୍ୟ । ତେଣୁ ରାଜ୍ୟସରକାର ବାସ୍ତବତାକୁ ବିଚାର କରି ପାଚିକା ସହାୟିକାମାନଙ୍କ ଭତ୍ତା ବୃଦ୍ଧିର ପୁନଃ ବିଚାର କରିବା ସହିତ ସର୍ବନିମ୍ନ ମଜୁରି ମାସିକ ୨୬ ହଜାର ଟଙ୍କା ପ୍ରଦାନ କରିବା । ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁଯାୟୀ ଶ୍ରମିକର ମାନ୍ୟତା ପ୍ରଦାନ କରିବା । ସର୍ବନିମ୍ନ ମଜୁରି ଦେବା ସଙ୍ଗେ ସଙ୍ଗେ ସାମାଜିକ ସୁରକ୍ଷାରେ ଅନ୍ତଭୁକ୍ତ କରାଯାଇ କାମରୁ ଅବ୍ୟାହତି ନେଲା ପରେ ପେନସନ ମାସକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି ଜଣାଇଥିଲେ । ପାଚିକା ସଂଘ ଜିଲ୍ଲା ସଂପାଦିକା ମାଧବି କଲତା ଓଡିଶା ସରକାରଙ୍କୁ ଆମକୁ ବୃଦ୍ଧି କରାଯାଇଥିବା ୬୦୦ ଟଙ୍କାକୁ ସ୍ଥଗତି ରଖାଯାଇ ପୁନଃ ବିଚାର କରି ଆମ୍ଭମାନଙ୍କୁ ସମାନ କାମକୁ ସମାନ ମଜୁରି ହିସାବରେ ସରକାରଙ୍କ ଶ୍ରମିକମାନଙ୍କ ପାଇଁ ନିର୍ଦ୍ଧାରିତ ଦୈନନ୍ଦିନ ମଜୁରି ପ୍ରଦାନ କରନ୍ତୁ ବୋଲି ଦାବି ଉପସ୍ଥାପନ କରିବା ସହିତ ବର୍ଷକୁ ୧୨ ମାସର ଭତ୍ତା ପାଚିକାମାନଙ୍କୁ ପ୍ରଦାନ କରନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କରିଥିଲେ । ଶ୍ରମିକନେତା ଗୋପାଳ ଭୋଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଏହି ର‍୍ୟାଲିରେ ଉର୍ମିଲା ରଣା, ପିଙ୍କି ସାହୁ, ବେରେଣି ଖୁଟୁଲା, ଶୁକ କାଣ୍ଡ, ଭଏଁରି ଭୁଏ, ନମିତା ପ୍ରଧାନୀ, ରିନା ବିଶ୍ୱାଲ, ଅନ୍ତମୁଖୀ କର, ଶ୍ରୀୟା ଥନାପତି, ଅମୃତ ଭାଟି, ମଞ୍ଜୁ ଦାଶ, ଦଶ ବାଗ, ଅର୍ଜୁନ ଖର୍ସେଲ, ଜବଦୁ ରଣା, ସୁଦାମ ବୁଡେକ ପ୍ରମୁଖ ଯୋଗ ଦେଇ ର‍୍ୟାଲି ଓ ପ୍ରତିବାଦ ସଭାକୁ ସଫଳ କରିଥିଲେ । ଶେଷରେ ରାଜେଶ୍ୱରୀ ଖର୍ସେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.