pr

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ କର୍ମଚାରୀ କେଶବ ଚନ୍ଦ୍ର ସାହୁଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ଚାରି ଦଶନ୍ଧି ଧରି ୧୯୮୨ ମସିହା ଠାରୁ ନିରନ୍ତର ଏଠାରେ ନିଜର କର୍ମ ସାଧନା ଦେଇ ଥିବାରୁ ମହାବିଦ୍ୟାଳୟ ତରଫରୁ ତାଙ୍କୁ ଭାବ ବିହ୍ୱଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ତାଙ୍କ ଅବସର ଜୀବନ ସୁଖମୟ ହେବାର ଆଶା କରାଯାଇଥିଲା । ଏହି ଅବସରରେ ଶ୍ରୀ ସାହୁ ମହାବିଦ୍ୟାଳୟ ସହ ଜଡ଼ିତ ନିଜସ୍ଵ ଅନୁଭୂତି ସ୍ମୃତିଚାରଣ କରି ଭାବ ବିହ୍ୱଳ ହୋଇଯାଇଥିଲେ । ଆମେ କିଭଳି ସଦାସର୍ବଦା ଗୋଟେ ପରିବାରର ସଦସ୍ୟ ହୋଇ ସବୁ ବେଳେ ରହିବା ଓ ଆମ ଭିତରେ ସ୍ନେହ ଶ୍ରଦ୍ଧା ବଜାୟ ରଖିବା ସେନେଇ ନିଜ ବକ୍ତବ୍ୟରେ କହିଥିଲେ । ପ୍ରକାଶ ଥାଉକି,୦୨/୦୬/୧୯୮୨ ମସିହାରୁ ୨୯/୦୨/୨୦୨୪ ଦୀର୍ଘ ୪୧ ବର୍ଷ ୮ମାସ ୨୭ଦିନ ଉକ୍ତ ମହାବିଦ୍ୟାଳୟଠାରେ ଅର୍ଦ୍ଦଳି ଭାବେ କର୍ମମୟ ଜୀବନ ଆରମ୍ଭ କରି ସେବା ନିବୃତ୍ତ ସମୟ କଟାଇଛନ୍ତି । ଅଧ୍ୟକ୍ଷ ଘନଶ୍ୟାମ ବେହେରାଙ୍କ ସଭାପତିତ୍ୱ କ୍ରମେ ଅନୁଷ୍ଠିତ ଏହି ସଭାରେ ପ୍ରଫେସର୍ ଡ଼. ଅମୃତ ସିଂ ବରିହା, ଡ଼. ଅଶୋକ କୁମାର ମହାରଣା, ଡ଼. ରମଣି ନାଏକ, ହୃଷୀକେଶ ଦାସ, ରାମ ଶଙ୍କର ମେହେର, ସତ୍ୟପୀର ପ୍ରସାଦ ସାହୁ, ସରୋଜ ସାହୁ, ତରୁଣ ନାୟକ ପ୍ରମୁଖ ନିଜର ଅନୁଭୂତି ବଖାଣି ଥିଲେ । ସହକାରୀ ପ୍ରଫେସର ଡ଼. କୌତୁକ ପନ୍ଦର ସଭା ପରିଚାଳନା ସହ ମାନପତ୍ର ପଠନ କରିଥିଲେ । ଶେଷରେ ହୃଷୀକେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅମିତୋଶ ତ୍ରିପାଠୀ, କମଳାକାନ୍ତ କରାଲି, ବିଶ୍ୱଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ, ଶେଖର ରାୟ, ପୁରୁଷୋତ୍ତମ କିଶାନ, ସମୀକ୍ଷା ପ୍ରଧାନ, ଅଞ୍ଜଳି ସିଂ, କ୍ଷିରୋଦିନୀ ଭୁଏ, ଇଶ୍ୱରି ଇପ୍ସିତା, ଶିରିଶା ପତି, ଅମୃତା ମହାପାତ୍ର, ଭବାନୀ ଶଙ୍କର ପଟେଲ, ହୃଷି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.