pakka

ସ୍କୁଲ ଖୋଲିବା ଦାବିରେ ଏସୟୁସିଆଇ କମ୍ୟୁନିଷ୍ଟର ବିକ୍ଷୋଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଲଖାରପଦର, ଭତ୍ରାପାଲି, ମଧୁପୁର, ବରପାଲିପଡା ଗ୍ରାମର ସ୍କୁଲ ସହ ବ୍ଲକର ବିଭିନ୍ନ ଗ୍ରାମରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗୁଡଭେଲା ଶାଖା ପକ୍ଷରୁ ବିଇଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୁଡଭେଲା ବ୍ଲକରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ସ୍କୁଲ ବନ୍ଦ ଯୋଗୁଁ ଅନେକ ଗ୍ରାମର କୁନି କୁନି ଛାତ୍ରଛାତ୍ରୀ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ସ୍କୁଲ ଯିବାବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେଉଁଠି ମୁଖ୍ୟ ରାସ୍ତା ପାର ହେବାକୁ ପଡୁଛି ତ କେଉଁଠି ଜଙ୍ଗଲ ପାହାଡ଼ ଅତିକ୍ରମ କରି ଯିବାକୁ ପଡୁଛି । ଆଉ କେଉଁଠି ୩ରୁ ୪ କି. ମି ପର୍ଯ୍ୟନ୍ତ ଚାଲି କି ଯିବାକୁ ପଡୁଛି, ସ୍କୁଲ ଯିବା ବାଟରେ ମଦ ଭାଟି ଓ ମଦୁଆଙ୍କ ଭିଡ଼ ଯୋଗୁଁ ଅନେକ ଅଘଟଣ ଘଟିବା ସହ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି । ଏହି ଅଂଚଳରେ ଅନେକ ଲୋକ ଗରିବ ଶ୍ରମିକ ଓ ଚାଷୀ ମୂଲିଆ ଶ୍ରେଣୀର ଅଟନ୍ତି । ତେଣୁ ପ୍ରତିଦିନ ନିଜର କର୍ମକ୍ଷେତ୍ରକୁ କାମ କରିବାକୁ ଯାଆନ୍ତି । ଏହି ଭଳି ପରିସ୍ଥିତିରେ ଅଭିଭାବକ ମାନେ ଶିଶୁମାନଙ୍କୁ ସ୍କୁଲ ନେବା ଆଣିବା ଅସମ୍ଭବ ହୋଇପଡୁଛି । ଜଗନ୍ନାଥ ମନ୍ଦିର ଠାରୁ ଏକ ରାଲି ବାହାରି ବିଇଓ ଅଫିସ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇ ବିଇଓଙ୍କ ଅନୁପସ୍ଥିତରେ ଏବିଇଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ସଭାରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ଜିଲ୍ଲା ସମ୍ପାଦକ କମ୍ରେଡ ସୁନିଲ ଭୋଇ, ମଧୁସୁଦନ ବାଗ, ନିମାଇ କୁମ୍ଭାର, ଲଖାରପଦର ଗ୍ରାମବାସୀ, ଭତ୍ରାପାଲି ଗ୍ରାମବାସୀ, ମଧୁପୁର ଗ୍ରାମବାସୀ, ବରପାଲିପଡା ଆଦି ଗ୍ରାମର ଶତାଧିକ ଲୋକ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

2 × 5 =