jayashree

ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୨୧ଟି ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ସୋମବାର ଦିନ ଦେଶବ୍ୟାପି ୪୧,୦୦୦ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଅମୃତ ଷ୍ଟେସନ ଯୋଜନା ଅଧିନରେ ୫୫୪ଟି ରେଳ ଷ୍ଟେସନର ଉନ୍ନତି କରଣ କାର୍ଯ୍ୟକ୍ରମ ଏବଂ ୧୫୦୦ ରୋଡ ଓଭରର୍ବ୍ରିଜ୍ ଓ ଅଣ୍ଡରବ୍ରିଜ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଭିତ୍ତିପ୍ରସ୍ତର ଏବଂ ଉଦ୍‌ଘାଟନ ସମାରୋହ ଟିଟିଲାଗଡ଼ ରେଳ ଷ୍ଟେସନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ୫୫୪ ରେଳ ଷ୍ଟେସନ ଭିତରୁ ଓଡ଼ିଶାର ୨୧ଟି ରେଳ ଷ୍ଟେସନ ଭିତରେ ଟିଟିଲାଗଡ଼ ରେଳ ଷ୍ଟେସନକୁ ମଧ୍ୟ ସାମିଲ କରାଯାଇଛି । ଏହି ଅବସରରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ଓଡ଼ିଶା ସରକାରଙ୍କ ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ବଲପୁର ଡିଭିଜନ ରେଳବାଇ ଏଡିଆର୍‌ଏମ୍‌ ଆନନ୍ଦ ସିଂ, ରେଳବାଇ ରୋଲିଂଷ୍ଟକ ଇଞ୍ଜିନିୟର ଅମିତ ସିହ୍ନା ମଞ୍ଚାସୀନ ଥିଲେ । ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ପରେ ନିଜର ଅଭିଭାଷଣ ଦେଶବାସୀଙ୍କ ନିମନ୍ତେ ପ୍ରଦାନ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ମୁକେଶ କୁମାର ଜୈନ, ନଗର ବିଜେପି ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ବିଜୁ ଜନତା ଦଳର ନେତା ପ୍ରେମଚାନ୍ଦ ଜୈନ, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ କୁମାର ମିଶ୍ର, ବିଜେପି ବିଜେଡି କାର୍ଯ୍ୟକର୍ତ୍ତା, ରେଳବାଇ ଡିଆର୍‌ୟୁସିସି ସଦସ୍ୟ ମଦନ ପୃଷ୍ଟି ଓ ଜେଡ୍‌ଆର୍‌ୟୁସିସି ସଦସ୍ୟ ଯମୁନା ପ୍ରସାଦ ଗୋୟଲ, ରେଳ କର୍ମଚାରୀଙ୍କ ସମେତ ସହରର ନାଗରିକମାନଙ୍କ ସହ ଅନ୍ୟାନ୍ୟ ଲୋକେ ଏହି ଉତ୍ସବରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.