ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରୁ ଚୋରି ଅଭିଯୋଗ

ବୋରିଗୁମ୍ମା : ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରେ ଗତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ କରିଛନ୍ତି ପୂଜକ । ସୂଚନାନୁଯାୟୀ, ଆଜି ସକାଳୁ ସକାଳୁ ମନ୍ଦିରର ମୁଖ୍ୟ ପୂଜକ ନୀତିକାନ୍ତି ପାଇଁ ଆସି ଦ୍ୱାର ଖୋଲିବା ବେଳେ ମନ୍ଦିର ଘଣ୍ଟି ନଥିବା ଦେଖିବାକୁ ପାଇଥିଲେ । ପରେ ରାମ ଲକ୍ଷଣ ଏବଂ ସୀତାଙ୍କ ମୂର୍ତ୍ତିରେ ଥିବା ରୁପା ମୁକୁଟ ମଧ୍ୟ ନଥିବା ଦେଖିବାକୁ ପାଇଥିଲେ । ମନ୍ଦିରର ଆସବାବପତ୍ର ଏଣେ ତେଣେ ପଡିଛି ବଡ଼ ବଡ଼ ପିତଳ ଘଣ୍ଟି ମନ୍ଦିରର କିଛି ଦୂରରେ ପଡି ରହିଛି । ଚୋରି ହୋଇଥିବା ଜାଣିବାକୁ ପାଇ ପୂଜକ ସଙ୍ଗେ ସଙ୍ଗେ ମନ୍ଦିର କମିଟିଙ୍କୁ ଖବର ଦେଇଥିଲେ । କମିଟି ଏବଂ ପୂଜକ ମିଶି ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.