ବିଜେପି ସହ ବିଜେଡ଼ିର ବାହାଘର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ବାଟ ଛତ୍ରପୁର ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ସହ ବିଜେଡ଼ିର ବାହାଘର ବର୍ଣ୍ଣାଢ଼୍ୟ ସମାରୋହରେ ଭୋଜିଭାତ ସହ ରବିବାର ଆୟୋଜିତ ହୋଇଯାଇଛି । ଦଳୀୟ କଂଗ୍ରେସ୍ ପାର୍ଟି ତରଫରୁ କୁହାଯାଇଛି ଯେ’ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଭିତିରି ସମ୍ପର୍କର ଯେଉଁ ଭଳି ଭାବେ ୨୩ ବର୍ଷ ଧରି ସଲା ସୂତରାରେ ଗୁଞ୍ଜରିତ ହୋଇଛି, ତାହର ରହସ୍ୟକୁ ଆଜି ଖୁଲାସ କରି ଜନତାଙ୍କ ଆଗରେ ପରିପ୍ରକାଶ କରିଛି କଂଗ୍ରେସ । ବିଜେପି ସହ ବିଜେଡ଼ିର ବାହାଘରକୁ କଂଗ୍ରେସ ସାଜିଛି କର୍ତ୍ତା । ଦୁହିଁଙ୍କ ବୈଦିକ ପରମ୍ପରା ରୀତିନୀତି ଅନୁସାରେ ବାହାଘର କରାଯାଇଛି । ଏଥିସହିତ ରାଜ୍ୟ ଅନୁସୂଚିତ ଜାତି ସେଲ୍ ସଂଯୋଜକ ଭାଗିରଥି ବେହେରା, ଯୁବନେତା ତଥା ମିଡ଼ିଆ ସେଲ୍ ସଂଯୋଜକ ମହେଶ ଗୌଡ଼ ଓ ସମସ୍ତ କଂଗ୍ରେସର କର୍ମକର୍ତ୍ତା ବୁଦ୍ଧିଜୀବୀ ଗଣ ଉପସ୍ଥିତ ରହି ଏହି ଶୁଭ ବିବାହକୁ ସାଫଲ୍ୟମଣ୍ଡିତ କରିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.