csstore

ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ମୁରୁଷୁଣ୍ଢ ସରପଂଚ ରଥି ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିପିନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳକୁ ଛାତ୍ରଛାତ୍ରୀମାନେ ସମୟ ଦେଇ ପାଠ ପଢିଲେ ଶରୀର ଏବଂ ମନ ସ୍ଥିର ହୋଇଥାଏ ଏବଂ ସର୍ବାଙ୍ଗୀନ ଉନ୍ନତି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସର୍ବପ୍ରଥମେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ, ଅଲୁମିନି ମଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଖେଳ ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୁବାର୍ତ୍ତା ପ୍ଲାକାର୍ଡ ମାଧ୍ୟମରେ ଜନତାଙ୍କୁ ଦର୍ଶାଇଥିଲେ । ବାର୍ଷିକ କ୍ରୀଡା ଉତ୍ସବରେ ସିନିୟର, ଜୁନିୟର ଓ ସବ୍‌ ଜୁନିୟର ବିଭାଗରେ ୧୦୦ ମିଟର, ୨୦୦ ମିଟର, ରିଲେରେସ, ବେଙ୍ଗ ଡିଆଁ, ପୁଚି ଖେଳ, ମ୍ୟୁଜିକ ଚେୟାର, ଅଖା ଦୌଡ ଭଳି ବିଭିନ୍ନ ଇଭେଂଟ କରାଯାଇଥିଲା ଏବଂ ଏହାର କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ, ମେଡାଲ ଓ ଫୁଲତୋଡା ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ସାହୁ, ଦିଲ୍ଲୀପ କୁମାର ଥନାପତି, ରାଜକିଶୋର ମହାକୁର, ମଂଟେସ ସାହୁ, ପିଙ୍କି କର୍ଣ୍ଣ ତଥା କିମିଟିର ସଭ୍ୟସଭ୍ୟା ଯୋଗଦେଇ ସହଯୋଗ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.