csstore

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୨୨ତମ ‘ଶଙ୍ଖ ଜନସଂପର୍କ ପଦଯାତ୍ରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମଙ୍ଗଳବାର ଶଙ୍ଖ ଜନସମ୍ପର୍କ ପଦଯାତ୍ରା ୨୨ତମ ଦିନରେ ସ୍ୱତନ୍ତ୍ର ପରିଷଦ ଉପଧ୍ୟକ୍ଷା ଶ୍ରୀମତୀ ନିରୂପମା ମାଝୀଙ୍କ ନେତୃତ୍ୱରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି (ଖ) ଡ଼ଙ୍ଗରପଡା ପଞ୍ଚାୟତ ଅନ୍ତର୍ଗତ ଦନ୍ଦ୍ରା, ଡ଼ଙ୍ଗରପଡ଼ା, ମାଲିବାହାଲ, ମଖାପାଲି, ପତ୍ରାପାଲି, ଜାମୁଟ, ଲାରୀପଡା, ସାହାଜପାଣି ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏକ୍ସ କମାଣ୍ଡୋ ବିଜେଡି ନେତା ଗିରିରାଜ ସିଂ ମାଝୀ, ବିଜେଡି ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଶ୍ରୀମତୀ ପିଙ୍କି ଖର୍ସେଲ, କଶ୍ୟପ ସରାଫ, ଯୁଧିଷ୍ଠିର ଭାରସାଗରିଆ, ଦିଲ୍ଲୀପ ସାହୁ, ବଳିୟାର ସିଂ ମାଝୀ, କପିଳାସ ଭୋଇ, ଗୁରୁଦେବ ମାଝୀ, କୁମୁଦ ଭୋଇ, ବାସୁଦେବ ନାଗ, ସୁରେନ୍ଦ୍ର ପୁଟେଲ, ମଳୟ ପୁଟେଲ, ଦୈତାରୀ ଭୋଇ, ତୁରେକେଲା ବ୍ଲକ ବିଜେଡି ସଭାପତି ଆଶାଦୁଲ୍ଲା ଖାନ, ବିଶ୍ୱନାଥ ସାହୁ, କଣ୍ଟାବାଞ୍ଜି ଏନ୍‌ଏସି ବିଜେଡି ସଭାପତି ଦେବାର ବାରିକ, ଅମିତ ସାହୁ, ବିଟୁ ସାଙ୍ଘା, ବରିଷ୍ଠ ବିଜେଡି ନେତା ଶ୍ରୀଧର ମାଝୀ, ଯୋଶବନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.