ବଲାଙ୍ଗିର, (କେପିଏନ୍ଏସ୍) : ଆଜିର ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କ୍ରାନ୍ତିକାରୀ ପଦକ୍ଷେପ ନେଇଥିବା ବେଳେ ପିଡ଼ିଏସ୍ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ୨୧ଟି ୱାର୍ଡ ପାଇଁ ୧୭ଟି କ୍ୟାମ୍ପ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ୯ ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ପ୍ରଦାନ କରାଯାଉଥିବା ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଛନ୍ତି । ୯ ନମ୍ବର ୱାର୍ଡରେ ସମୁଦାୟ ୬୮୧ ଜଣ ହିତାଧିକାରୀ ଏହି ସହାୟତା ପାଇବେ ଏବଂ ବଲାଙ୍ଗିର ପୌରାଂଚଳରେ ସମୁଦାୟ ୧୫ ହଜାର ୫୨୧ ଜଣ ହିତାଧିକାରୀ ଏହି ଲାଭ ଉଠାଇ ପାରିବେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି । ସାରା ରାଜ୍ୟରେ ୯୬ ଲକ୍ଷ ହିତାଧିକାରୀ ହଜାରେ ଟଙ୍କା ଲେଖାଏଁ ସହଯୋଗ ରାଶି ପାଇବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
Prev Post
Next Post