jayashree

ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମହାସଂଘ ବଲାଙ୍ଗିର ସର୍କଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ନଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମହାସଂଘ ଓଡିଶା ସରକାରଙ୍କଠାରୁ ବହୁଦିନ ଧରି ତାର ନ୍ୟାର୍ୟ ଦାବି ଉପସ୍ଥାପନ କରିଆସୁଛି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷଙ୍କୁ ଭେଟି ଆଲୋଚନା କରିଛି । ସଭା ସମିତି ତଥା ବିକ୍ଷୋଭ ମାଧ୍ୟମରେ ସ୍ୱର ଉତୋଲନ କରିଛି । ଗତ ୨ ନଭେମ୍ବର ୨୦୨୩ରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମହାସଂଘର ସଭାପତି ପ୍ରଭାତ ମହାନ୍ତିଙ୍କ ନେତୃତ୍ୱରେ ବିରାଟ ରେଲି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଥିଲା । ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଏନ, ବବି ଦାଶଙ୍କ ପ୍ରଚେଷ୍ଠାରେ ମୁଖ୍ୟମନ୍ତ୍ରୀ ଉକ୍ତ ଦାବିକୁ ସହୃଦୟତାର ସହିତ ଗ୍ରହଣ କରି ୧୧ ଫେବୃୟାରୀ ୨୦୨୪ ତାରିଖ ଦିନ ଏକ ଯୁଗାନ୍ତକାରୀ ନିଷ୍ପତି ନେଲେ । ସମସ୍ତ ସିଜିନାଲ କର୍ମଚାରୀମାନଙ୍କୁ ଏକ ମାସ କାର୍ଯ୍ୟକାଳ ବୃଦ୍ଧି ସହତି ୩ରୁ ୪ ହଜାର ଟଙ୍କା ଦରମା ବୃଦ୍ଧି କଲେ, ତୋଲାଳି ମାନଙ୍କ ବୟସ ସୀମା ୬୦ ରୁ ୬୨ବର୍ଷ କରିଛନ୍ତି । ଏହି ଦାବିଗୁଡିକ ପୂରଣ କରିଥିବାରୁ କେନ୍ଦୁପତ୍ର କର୍ମଚାରୀ ଓ ତୋଲାଳି ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହିତ ସହ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ ଏବଂ ସାଂଘଠନିକ ସଂପାଦକ ବବି ଦାସ ଏବଂ ସଂଘର ସଭାପତି ପ୍ରଭାତ ମହାନ୍ତିଙ୍କୁ ମଧ୍ୟ ଆନ୍ତରିକତାର ସହିତ ପଶ୍ଚିମ ଓଡିଶାର ୮ଲକ୍ଷ ତୋଲାଳି ଏବଂ ୧୮ହଜାର କର୍ମଚାରୀଙ୍କ ତରଫରୁ ଅସେଶ ଅସେଶ ଧନ୍ୟବାଦ ଜ୍ଞାପନ କରାଯାିଛି । ଆମର ଆଶା ଓ ବିଶ୍ୱାସ ବାକି ରହିଯାଇଥିବା ଦାବିଗୁଡିକ ମୁଖ୍ୟମନ୍ତ୍ରୀ ଯଥା ଶୀଘ୍ର ପୂରଣ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.