csstore

ଏମ୍‌ସିସି ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମଦନପୁର ଦଳ ଚମ୍ପିୟାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁରଠାରେ ଚାଲିଥିବା ଏମ୍‌ସିସି ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସରପଞ୍ଚର ସଭାପତି ରାଷ୍ଟ୍ର ସାହୁ, ସମାଜସେବୀ ବିକାଶ ରଞ୍ଜନ ସିଂଦେଓ, ଭବାନୀ ସାହୁ, ଜିଲ୍ଲା ସରପଞ୍ଚ ସଂଘର ସଭାପତି ସୁବୋଧ ରଣା, ସୁଦର୍ଶନ ଦଣ୍ଡିଆ, ପ୍ରଜାପତି ସାହୁ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା ପ୍ରମୁଖ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳଙ୍କୁ ନଗଦ ଅର୍ଥରାଶି ଓ ଟ୍ରଫି ପ୍ରଦାନ ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମଦନପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ହରାଇ ୭୭ ରନ୍‌ କରିଥିବା ବେଳେ ଉଫେର ଦଳ ୧୦ ଓଭରରେ ୬୫ ରନ୍‌ କରିଥିଲେ । ମଦନପୁର ଦଳ ଚମ୍ପିୟାନ ହୋଇଥିଲା । ଏଥିରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ରିତେଶ ମହାନନ୍ଦଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଚିତ୍ତରଞ୍ଜନ ପୁଝାରି ଓ ହିମାଂଶୁ ମହାନନ୍ଦ ଖେଳ ପରିଚାଳନା, ସଞ୍ଜିତ ଦାସ ସ୍କୋର ବୋର୍ଡ, ଯେମନ୍ତ କପାଟ ଓ ମାଧବ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ । ଏଥିରେ ସଭାପତି ଆଶିଷ ଦାଣ୍ଡିଆ, ଦୁଷ୍ମନ୍ତ ଥାପା, ରାଜେନ୍ଦ୍ର ରଣା, ଅମିତ ଥାପା, ପ୍ରଭାତ ନାଗ, ଦେବୀ ପ୍ରସାଦ ଭୋଇ, ଆୟୁଷ ବଗର୍ତ୍ତି, ବିରେନ୍ଦ୍ର ବାହୁକ, ରୋଶନ ଛାତ୍ରିଆ ପ୍ରମୁଖ ସାହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.