ବିଧାୟକ ସାଲୁଜାଙ୍କ ଦ୍ୱାରା ସେପଟେଜ୍‌ ବିଶୋଧନ କେନ୍ଦ୍ରର ଶିଳାନ୍ୟାସ

କଂଟାବାଂଜି (ମନିଶ କୁମାର ହଂସ) : କଂଟାବାଂଜି ଏନ.ଏ.ସି. ଦ୍ୱାରା ନିର୍ମାଣ ହେବାକୁ ଥିବା ସେପଟେଜ୍‌ ବିଶୋଧନ କେନ୍ଦ୍ର ସୋମବାର ଦିନ ମୁଖ୍ୟ ଅତିଥି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଛି । କଂଟାବାଂଜି ବିଜ୍ଞାପିତ ଅଂଚଳ ପରିଷଦଦ୍ୱାରା ଅଢେଇ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯିବ । ଏହା ୱାର୍ଡ ନଂ.୧୪ ଚିଲଡ୍ରେନ ପାର୍କ ନିକଟରେ ନିର୍ମାଣ କରାଯିବ । ଏହି ଟ୍ୟାଙ୍କ ନିର୍ମାଣ ହେଲା ପରେ ସହରର ସମସ୍ତ ବ୍ୟବହୃତ ସେପଟିକ୍‌ ଟ୍ୟାଙ୍କର ମଇଳା ଏବଂ ପାଣି ଚାଷପୋଯୋଗୀ ହୋଇ ପାରିବ ବୋଲି ଅତିଥୀ ମାନେ କହିଛନ୍ତି । ଏହି କାର୍ୟ୍ୟକ୍ରମରେ ଏନ.ଏ.ସି. ନିର୍ବାହୀ ଅଧିକାରୀ ସାମ୍ମି ରେଡ୍ଡି ଜୟଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତହସିଲଦାର ଅଶୋକ କୁମାର ମାଝି, ମ୍ୟୁନିସିପାଲ ଇଂଜିନିୟର ଅଶୋକ କୁମାର ପଟ୍ଟନାୟକ ମଂଚାଶିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସି.ଓ.ଜ୍ୟୋସ୍ନାମୟୀ ବାରିକ, ଇଂ.ଆଦିତ୍ୟ ମିଶ୍ର, ନୋଡାଲ ଅଧିକାରୀ ଚନ୍ଦ୍ରଶେଖର ଭୋଇ ସହ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.