ଟିଟିଲାଗଡ ପୋଲିସର ସଫଳତା : ୩ ଲୁଟେରା ଗିରଫ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପୋଲିସକୁ ମିଳିଲା ବଡ଼ ସଫଳତା । ଦୀର୍ଘ ବର୍ଷ ଧରି ଟିଟିଲାଗଡ଼ ଅଂଚଳ ସମେତ ବଲାଙ୍ଗିରଜିଲ୍ଲା ରେ ଲୁଟ୍ କରି ଲୋକଙ୍କ ଟଙ୍କା ଆଖି ପିଛୁଳାକେ ଝାମ୍ପି ନେଇ ଫେରାର ମାରୁଥିବା ଏକ ଗ୍ୟାଙ୍ଗର ତିନିଜଣ ଲୁଟେରାକୁ ଗିରଫ କରିଛି । ଗତ ୨୧ ତାରିଖ ସଂଧ୍ୟାରେ ଟିଟିଲାଗଡ଼ ସହର ସ୍ଥିତ ଏଚପି. ଗ୍ୟାସ ଗୋଦାମ ତଥା ଦୋକାନର କର୍ମଚାରୀ ମାନଙ୍କ ଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରି ଫେରାର ମାରିଥିଲେ ଲୁଟେରା ମାନେ । ଆରକ୍ଷୀ ଅଧିକାରୀ ତଥା ବଲାଙ୍ଗିର ଏସପି.ଙ୍କ ନିର୍ଦ୍ଦେଶରେ ଏକ ଟିମ କରି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢ଼ାଉ କରି ବଲାଙ୍ଗିର ପୁଇଁତଳା ନିକଟସ୍ଥ କୂରେଭନା ଗାଁ ନିକଟରୁ ଲୁଟେରା ମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଏହି ଗ୍ୟାଙ୍ଗର ତିନିଜଣ ସଦସ୍ୟ ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ହରପାଳ ଏବଂ ମନଚାନ୍ଦ ବାରିକ ତିନିଜଣଙ୍କୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୯ ହଜାର ସାତ ଶହ ଟଙ୍କା, ଏକ ମୋଟର ସାଇକେଲ ସହ ଅନ୍ୟାନ ସାମଗ୍ରୀ ଜବତ କରିଛନ୍ତି । ଏହି ଲୁଟେରାମାନଙ୍କ ନାମରେ ପୂର୍ବରୁ ମଧ୍ୟ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ଲୁଟ କରିଥିବା ନେଇ ଅନେକ ମୋକଦ୍ଦମା ରହିଥିବା ଟିଟିଲାଗଡ଼ ଏସଡ଼ିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଜି ଗିରଫ ଲୁଟେରା ମାନଙ୍କୁ କୋଟ ଚାଲାଣ କରାଯିବା ସହ ତଦନ୍ତ ଜାରି ରହିଥିବା କହିଛନ୍ତି ଏସଡ଼ିପିଓ ସୁରେନ୍ଦ୍ର ନାଥ ଶତପଥୀ ।

Leave A Reply

Your email address will not be published.