csstore

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ

ପଦ୍ମପୁର, (ନିରୋଜ କୁମାର ପାଣୀ): ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଂଚାୟତ ପିଇଓଙ୍କ ଘରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମର ଚଢାଉ । ପିଇଓ ପାଣ୍ଡବ ନନ୍ଦଙ୍କ ନିଜସ୍ୱ ବାସ ଭବନ ସହିତ ତାଲପଲିରେ ଥିବା କାର୍ୟ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ । ପିଇଓ ପାଣ୍ଡବ ନନ୍ଦଙ୍କ ନାମରେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଚଢଉ କରିଥିବା ସହ ବର୍ତ୍ତମାନ କାଗଜ ପତ୍ର ଏବଂ ଘର, ଜମି ବାଡି ଭେଲ୍ୟୁଏସନ ଜାରି ରହିଥିବାର ସୁଚନା ଦେଇଛନ୍ତି ବରଗଡ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନ । ପିଇଓଙ୍କ ଘର ସହ ମୋଟ ଦୁଇଟି ଜାଗାରେ ଚଢାଉ କରାଯାଇଥିବାର ସୁଚନା ରହିଛି ।

jayashree
Leave A Reply

Your email address will not be published.