ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ବିରୁନପଦର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଶିଶୁପୁତ୍ର ବିରୁନପଦର ଗାଁର ଅଭିମନ୍ୟୁ ପଟେଲଙ୍କ ପୁଅ ସୌମ୍ୟ ପଟେଲ ବୋଲି ଜଣାପଡ଼ିଛି । କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ କୋମନା ଥାନା ବିରୁନପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଖୋଲା କୂଅରେ ଜଣେ ୯ ମାସର ଶିଶୁପୁତ୍ର ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ କୋମନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ କୂଅରୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ଶିଶୁପୁତ୍ରର ମୃତ୍ୟୁ ହୋଇ ସାରିଥିଲା । ଏବେ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଶିଶୁପୁତ୍ର କୂଅରେ ପଡିଲା, ତାର କାରଣ ଅସ୍ପଷ୍ଟ ରହିଛି । ଶିଶୁକୁ କେହି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।
Prev Post