ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶ୍ଵ ଓଡ଼ିଆ ଭାଷା ଦିବସ ଓ ଶ୍ରୀଜଗନ୍ନାଥଙ୍କ ଆଲୋଚନାଚକ୍ର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ରୂପେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ନାରାୟଣ ମିଶ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ, ଅଧ୍ୟାପକ ଗୁଣସାଗର ମେହେର, ଭ୍ରିଙ୍ଗରାଜ ରଣା ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ ଓ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଭ୍ରିଙ୍ଗରାଜ ରଣା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, ଛନ୍ଦା ଚରଣ ଖୁଣ୍ଟିଆ, ଫାଲଗୁନି ଦାସ, କୈଳାସ ଯାନୀ, ବାବୁଲା ନାଏକ, ମୀରାବାଈ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା ଓ ଯଶୋସ୍ମିତା ବେହେରା, ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସମସ୍ତ କଲେଜ କର୍ମଚାରୀ ଉପସ୍ଥିତ ରହି ଅନେକ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଇଥିଲା ।
Prev Post