csstore

ଖପ୍ରାଖୋଲ ଥାନାରେ ନୂତନ ଥାନାଧିକାରୀ ଭାବେ ନରେନ୍ଦ୍ର ଛତ୍ରଙ୍କ ଯୋଗଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାରେ ଗୁରୁବାର ନୂତନ ଥାନାଧିକାରୀ ଭାବେ ନରେନ୍ଦ୍ର ଛତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଛତ୍ର ପୂର୍ବରୁ ଟିଟିଲାଗଡ଼ ଥାନାରେ କାର୍ଯ୍ୟରତ ଥିଲେ । ଖପ୍ରାଖୋଲରେ ପୂର୍ବରୁ ଥାନାଧିକାରୀ ଭାବେ ରମାକାନ୍ତ ସାହୁଙ୍କ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାକୁ ବଦଳି ହୋଇଛି । ନୂତନ ଥାନାଧିକାରୀ ଶ୍ରୀ ଛତ୍ର ଟ୍ରାଫିକ ନିୟନ୍ତ୍ରଣ, ଅସାମାଜିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର, ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ସହ ଲୋକଙ୍କ ସହ ସୁସମ୍ପର୍କ ରକ୍ଷା କରିବା, ୫ଟି ଆଧାରରେ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ସମସ୍ୟା ଗୁଡିକର ସମାଧାନ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ଏହା ସହ ଗଣମାଧ୍ୟମ ପ୍ରତିନିଧି ଏବଂ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି । ନୂତନ ଥାନାଧିକାରୀ ଯୋଗ ଦେବା ପରେ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି ।

jayashree
Leave A Reply

Your email address will not be published.