oom

ବାନିପାଲିରେ କ୍ରିକେଟ ପ୍ରତିଯୋଗିତା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବାନିପାଲି ଗ୍ରାମ ଖେଳପଡିଆରେ ଜେଏମ୍‌ବିସିସି ତରଫରୁ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣପଦକ ବିଜେତା ତଥା ରାଜ୍ୟ ସରକାରଙ୍କଠାରୁ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସିମ କୁମାର ଭୋଇ ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଂଚ ହିରାଲାଲ ପ୍ରଧାନ, ସମିତି ସଭ୍ୟ ପ୍ରତିନିଧି ପ୍ରଶନ୍ନ ନାଗ, ଅବସରପ୍ରାପ୍ତ ଶିକ୍ଷକ ମଧୁସୁଦନ ନାୟକ ଯୋଗ ଦେଇଥିଲେ । ଆଜି ତଳିଉଡାର ଓ ଦେଉଲଗାଁ, ବୁରୋମୁଣ୍ଡା ଓ ଝାଙ୍କରପାଲି ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ତଲିଉଡାର ସେମିଫାଇନାଲରେ ପ୍ରବେଶ କରିଛି । ଏହି ଟୁର୍ଣ୍ଣାମେଣ୍ଟକୁ ମନୋଜ ପ୍ରଧାନ, ରୁଦ୍ର କିଶୋର ପ୍ରଧାନ, ଆଶିଷ ପ୍ରଧାନ, ହିମାଂଶୁ ବୁଡେକ, ପ୍ରକାଶ ପ୍ରଧାନ, ପ୍ରେମ କିଶୋର ସାହୁ, ବିକାଶ ପଣ୍ଡା, ବିହିଲୁ ବିଶ୍ୱାଲ, ଦେବାଶିଷ ପ୍ରଧାନ, ମୁରାରି ବରିହା, ବିକ୍ରମ ବରିହା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.