ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପରିପ୍ରେକ୍ଷୀରେ ଆୟୋଜିତ ‘ନୂଆ -ଓ’ ସାହିତ୍ୟ ପ୍ରତିଯୋଗିତା ଉଦ୍ଯାପାନୀ ଉତ୍ସବ ବୁଧବାର ଗାଦିବ୍ରହ୍ମ ସ୍ନାତକ ମହାବିଦ୍ୟାଳୟ, ଡେଲାଙ୍ଗଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ତଥା ଜଗନ୍ନାଥ ସଂକୃତି ଏବଂ ଓଡ଼ିଆ ଭାଷାର ସମ୍ପର୍କରେ ସାହିତ୍ୟିକ, ବିଦ୍ୱାନ୍, କର୍ମଚାରୀ ତଥା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ଓଡିଆ ସଙ୍ଗୀତ ଗାନ, ଓଡ଼ିଆ ଭଜନ ଗାନ, ଲୋକନୃତ୍ୟ, ଓଡ଼ିଆ ପ୍ରଶ୍ନୋତ୍ତର, ଓଡ଼ିଆ ବକ୍ତୃତା, କବିତା ଓ କାହାଣୀ କଥନ, ଓଡ଼ିଆ ହସ୍ତାକ୍ଷର ଏବଂ ଓଡ଼ିଆ ନାଟକ ପ୍ରଭୁତି ପ୍ରତିଯୋଗିତା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅଶୋକ କୁମାର ମହାନ୍ତି, ମୁଖ୍ୟବକ୍ତା ରୂପେ ପଣ୍ଡିତ ଭଜମନ ଶତପଥୀ, ସଂସ୍କୃତ ଅଧ୍ୟାପକ ଡକ୍ଟର ରବି ନାରାୟଣ ସାହୁ, ସମ୍ମାନିତ ରୂପେ ଜଗନ୍ନାଥ ସଂସ୍କୃତି ଗବେଷକ ଶରତ ରାଉତ, ଅଧ୍ୟାପିକା ପ୍ରମୋଦିନୀ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା, ଶ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷାର ଇତିହାସ ଏବଂ ଏହାର ପ୍ରଚାର ପ୍ରସାର, ଓଡ଼ିଆ ଭାଷା ମାହାତ୍ମ୍ୟ ପରମ୍ପରା ଉପରେ ଆଲୋକପାତ କରିବା ସହିତ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବା ପାଇଁ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ଓଡ଼ିଆ କଳା ସଂସ୍କୃତିର ନିଦର୍ଶନ ସ୍ୱରୂପ ଭଜନ, ସମ୍ବଲପୁରୀ ଲୋକନୃତ୍ୟ ଆଦି ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପିକା ପ୍ରମୋଦିନୀ ମହାପାତ୍ର ଅତିଥି ପରିଚୟ ଦେବା ସହ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଭବାନୀ ପ୍ରିୟଦର୍ଶିନୀ ମହାନ୍ତି, ଡକ୍ଟର ଲଷ୍ମୀଧର ପାଇକରାୟ, ଯୁଧିଷ୍ଠିର ଘଟୁଆରୀ, ପ୍ରଶାନ୍ତ କୁମାର ହୋତା, ତ୍ରିନାଥ ପରିଡା, ସୁବାଷ ଚନ୍ଦ୍ର ସେଠି, ଦୀପ୍ତି ନାୟକଙ୍କ ସମେତ ସମସ୍ତ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟାପିକା କବିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।