ଭୁଲିଆ ସମାଜର ମାର୍ଗଦର୍ଶନ ‘ବୁନାକାର୍ ପିଲାର୍ କାଏଁ ଦୋଷ୍’

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମେହେର (ଭୁଲିଆ) ସମାଜର କେତେକ ଯୁବକ ସମାଜର ପଥଭ୍ରଷ୍ଟ ଯୁବକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଭିନ୍ନ ଏକ ପନ୍ଥା ଆପଣେଇଛନ୍ତି । ସେମାନେ ଏକତ୍ରୀତ ହୋଇ ସଚେତନଧର୍ମୀ କ୍ଷୁଦ୍ର ସିନେମା ‘ବୁନାକାର୍ ପିଲାର୍ କାଏଁ ଦୋଷ୍’ ନିର୍ମାଣ କରିଛନ୍ତି ।ମେହେର ସମାଜର ଯୁବକମାନେ ନିଜର କୌଳିକବୃତ୍ତି ବନ୍ଦ କରି ଚାକରୀ, ବ୍ୟବସାୟରେ ମାତିଛନ୍ତି । ଝିଅ ଘର ଲୋକମାନେ ବୁଣାକାର ପୁଅକୁ ବିବାହ ଦେବାକୁ ପସନ୍ଦ କରୁନାହାନ୍ତି । ଲୁଗା, କପଡା ବୁଣୁଥିବା ପୁଅ, ଯୌବନ ପ୍ରାପ୍ତ ହେଲେ ମଧ୍ୟ ବୁଣାକାର ଘରକୁ ଅନ୍ୟ ନଜରରେ ଦେଖୁଛନ୍ତି । ତେଣୁ ଏହି ଚେତନାଧର୍ମୀ ସିନେମାରେ ସଚେତନ ବାର୍ତ୍ତା ଦିଆଯାଇଛି, ଆଗାମୀ ଦିନରେ ସମସ୍ତେ କପଡା ବୁଣିବା ବେଉସା ପ୍ରତି ଉଦବୁଦ୍ଧ ହେବେ ।

Leave A Reply

Your email address will not be published.