ସାଇବର୍‌ ଠକେଇ ପ୍ରତି ସାବଧାନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ସାଇବର୍‌ ଠକେଇ ପ୍ରତି ସାବଧାନ ରହିବାକୁ ସୋସିଆଲ୍‌ ମିଡ଼ିଆରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି । ସେଥିରେ କୁହାଯାଇଛି ଯେ, ଆପଣଙ୍କ ପାଖକୁ କରୋନା ଟୀକା ଦିଆଯିବା ବିଷୟରେ ଫୋନ୍ କଲ୍ କିମ୍ବା ମେସେଜ ଆସିପାରେ । ଟୀକା ପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ଆପଣଙ୍କର ଫୋନ୍ ନ‌ମ୍ବର ଓ ଆଧାର ନମ୍ବର ମାଗି ପାରନ୍ତି । ତତ୍ ସଙ୍ଗେ ରେଜିଷ୍ଟ୍ରେସନ ପାଇଁ ଓଟିପି ନ‌ମ୍ବର ମାଗି ପାରନ୍ତି । ଯଦି ଆପଣ ଏସବୁକୁ ପ୍ରଦାନ କରନ୍ତି, ତେବେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇ ଯାଇ ପାରେ । ତେଣୁ ଏପରି ଫୋନ୍‌ କଲ୍‌କୁ ପ୍ରତ୍ୟାଖ୍ୟାନ କରନ୍ତୁ, ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ତେବେ ଏସବୁ ଦିଗରେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ ।

Leave A Reply

Your email address will not be published.