jayashree

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ୯ ବର୍ଷ ହେଲାଣି ପଡ଼ିରହିଛି : ପାଣି ବୁନ୍ଦେ ମିଳୁନି

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ଗ୍ରାମରେ ପ୍ରାୟ ୨୫୦୦ ଶହ ଜନସାଧାରଣ ଜୀବନ ଜାପନ କରୁଛନ୍ତି । ପିଇବାକୁ ପାଣି ମୁନ୍ଦେ ମିଳୁନି । ଆଜି କି ୯ ବର୍ଷ ହେବ, ନଳ ପାଇପ୍ ବିଛା ଯାଇଛି । ହେଲେ ପାଣି ଯୋଗାଣ କରାଯାଉ ନାହିଁ । ଏନେଇ ଗାଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ମଧ୍ୟ ରଖାଯାଇଛି ଓ ଏହି କର୍ମଚାରୀଙ୍କୁ ପାଉଣା ମଧ୍ୟ ଦିଆଯାଉଥିବା ସୂଚନା ମିଳେ । କିନ୍ତୁ ମହୁଲପାଟି ଗ୍ରାମର ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ପାଣିଟେଙ୍କରେ ଭର୍ତ୍ତି କରି ବିକ୍ରୀ କରୁଥିବା ଦେଖିବାକୁ ମିଳିଛି । ଏନେଇ ଗାଁ ଲୋକେ କହନ୍ତି ଯେ, ଆମ ଗାଁ ଲୋକେ ପାଣି ମୁନ୍ଦେ ପାଇଁ କେତେ କଷ୍ଟ ଭୋଗିବାକୁ ପଡୁଛି, ଆଉ ଆମ ଗାଁରୁ ପାଣି କେଉଁ ପଟେ ନିଆଯାଇଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦିଅ‌ନ୍ତୁ ।

Leave A Reply

Your email address will not be published.