csstore

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନିଆ ଷ୍ଟିମ୍ ଫେଷ୍ଟ ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ପ୍ରତିଷ୍ଠିତ ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନିଆ ଷ୍ଟିମ ଫେଷ୍ଟ୍ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମେନ ଦୀପକ ସାହୁ, ଭାଇସ୍‌ଚେୟାରମେନ ଶ୍ରୀମତୀ ସଙ୍ଗୀତା ସାହୁ, ଏମ୍‌ଡି ଶ୍ରୀମତୀ ବିଭାରାଜ ଗୁପ୍ତା ଫିତା କାଟି ଏହି ଫେଷ୍ଟ ଉଦ୍‌ଘାଟନ କରିଥିଲେ । ସ୍କୁଲ ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏହି ଫେଷ୍ଟ ପରିଚାଳନା କରିବାରେ ସହଯୋଗ କରିଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ୧୪୦ ଗୋଟି ଅତି ସୁନ୍ଦର ପ୍ରୋଜେକ୍ଟ ପ୍ରସ୍ତୁତ କରି ପ୍ରୋଜେକ୍ଟ ବିଷୟରେ ସମସ୍ତଙ୍କୁ ଆଲୋକପାତ କରିଥିଲେ । ଏହି ପ୍ରୋଜେକ୍ଟ ଗୁଡ଼ିକୁ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏବଂ ଅନ୍ୟାନ୍ୟ ସ୍କୁଲର ଛାତ୍ରଛାତ୍ରୀ ଦେଖିବାକୁ ଆସିଥିଲେ । ଏହି ଫେଷ୍ଟକୁ ପରିଚାଳନା କରିବାରେ ମାନବ ସମ୍ବଳ ଅଧିକାରୀ ସାସ୍ଵତିକା ଯୋଶୀଙ୍କ ସହ ଶିକ୍ଷୟତ୍ରୀ ସସ୍ମିତା ଦଳେଇ, ସୌମ୍ୟ ରଞ୍ଜନ ପଣ୍ଡା, ଧ୍ୟାନ ସୌରଭ ମିଶ୍ର, ହୁସ୍ନ ହାରା ବେଗମ, ସରିତା ମହାପାତ୍ରଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.