ସାବଧାନ, ଟ୍ରାଫିକ୍‌ ନିୟମ ଉଲଂଘନ କଲେ ବଲାଙ୍ଗିର ସହରରେ କଟୁଛି ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାବଧାନ, ଟ୍ରାଫିକ୍‌ ନିୟମ ଉଲଂଘନ କଲେ ବଲାଙ୍ଗିର ସହରରେ କଟୁଛି ଫାଇନ୍‌ । ନିକଟରେ ଦୁଇ ଦିନରେ ୨ ଲକ୍ଷ ୭୭ ହଜାର ଟଙ୍କା ଏହି ମାମଲାରେ କଟିଥିବା ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ୭ ତାରିଖ ଦିନ ବାଇକ୍‌ରେ ତିନି ଜଣ ବସିବା ଓ ବାଇକ୍‌ ଚଳାଇବା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବା ଅଭିଯୋଗରେ ୫୯ଟି ବାଇକ୍‌ ଉପରେ ୧ ଲକ୍ଷ ୩୦ ହଜାର ଟଙ୍କା ଫାଇନ୍‌ କଟିଛି । ସେହିପରି ୮ ତାରିଖ ଦିନ ୬୩ଟି ବାଇକ୍‌ ଉପରେ ୧ ଲକ୍ଷ ୪୭ ହଜାର ଟଙ୍କା ଚାଲାଣ କଟିଛି । ଏବେ ବଲାଙ୍ଗିର ସହରକୁ ଜଗିଛି ସିସିଟିଭି । ସାରା ସହରରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୋଲିସ ସିସିଟିଭି ଖଂଜିଥିବା ବେଳେ ଟ୍ରାଫିକ୍‌ ନିୟମ ଉଲଂଘନ କରୁଥିବା ବାଇକ୍‌ ଆରୋହୀଙ୍କ ଉପରେ ରୀତିମତ ଫାଇନ୍‌ କଟୁଛି । ଟ୍ରାଫିକ୍‌ ନିୟମ ପାଳନ କରିବାକୁ ବଲାଙ୍ଗିର ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.