ବସ୍‌ ଧକ୍କାରେ ଜଣେ ଗୁରୁତର

ଚିତ୍ରକୋଣ୍ଡା : ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଲକ୍ଷ୍ମୀ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡ଼ା ଘାଟିରେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ହେଲେ ରାମ ବାବୁ । ଖବର ଅନୁଯାୟୀ, ଚିତ୍ରକୋଣ୍ଡାରୁ ପଣସପୁଟ ଅଭିଭୁଖେ ଯାଉଥିବା ଲକ୍ଷ୍ମୀ ବସ୍‌ ଦୁର୍ଘଟଣାର ସାମ୍ନା କରିଥିଲା । ଆଜି ଅପରାହ୍ନ ୩ଟା ସମୟରେ ପଣସପୁଟ ଘାଟିରେ ବିପରୀତ ଦିଗରୁ ଆସୁଥିବା କୋଟଉରୁ ଗ୍ରାମର ରାମ ବାବୁ ବସ୍‌ ସହିତ ମୁହାଁମୁହିଁ ଦୁର୍ଘଟଣାର ସାମ୍ନା କରିଥିଲେ । ପରେ ଗୁରୁତର ରାମଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଜାନବାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।

Leave A Reply

Your email address will not be published.