କଳାହାଣ୍ଡି ଉତ୍ସବ ଘୁମରା ୨୦୨୪ରେ ଉଚ୍ଚକୋଟୀର କଳା ପ୍ରଦର୍ଶନ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜୁନାଗଡ଼ ବ୍ଲକ ଓ ଏନ୍‌ଏସିସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା ୨୦୨୪ ତା ୬/୧/୨୪ରୁ ୮/୧/୨୪ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସର ସାଂସ୍କୃତିକ ସନ୍ଧ୍ୟାରେ ଜୁନାଗଡ଼ ହାଇସ୍କୁଲ ଛାତ୍ରଛାତ୍ରୀ ଉଚ୍ଚକୋଟୀର କଳା ଅଭିନୟ ପ୍ରଦର୍ଶନ କରି ଦର୍ଶକବୃନ୍ଦଙ୍କୁ ଅମୋଦିତ କରିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଦ୍ୱାରା ରଚିତ ଓ ସାଗର କୁମାର(ବଲାଙ୍ଗିର)ଙ୍କ ଦ୍ୱାରା ନିର୍ଦ୍ଦେଶିତ ଆଞ୍ଚଳିକ ଗୀତିନୃତ୍ୟ ‘ଜୀବନ ଗୀତ’ ଦର୍ଶକଙ୍କ ମନକୁ କିଣି ନେଇଥିଲା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଯେଉଁ ସବୁ ଅବସ୍ଥା ଦେଇ ଗତି କରିଥାଏ ତା’ ଉପରେ ଉକ୍ତ କାର୍ଯ୍ୟକ୍ରମଟି ପର୍ଯ୍ୟବେଷିତ ଥିଲା । ଗୀତିନୃତ୍ୟଟି ସମ୍ପୂର୍ଣ୍ଣ ରୂପେ ଆଞ୍ଚଳିକ ଭାଷାରେ ଓ ସ୍ଥାନୀୟ କଳା ସଂସ୍କୃତି ଉପରେ ଆଧାରିତ ଥିଲା । ଏହାକୁ ଶିକ୍ଷୟିତ୍ରୀ ଅଞ୍ଜନା ଶୁକ୍ଲା ଉପସ୍ଥାପନା କରିଥିବା ବେଳେ ଶିକ୍ଷକ ମଳୟ କୁମାର ମୁଣ୍ଡ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଆଲୋକ ଓ ରୋଶନ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

Leave A Reply

Your email address will not be published.