ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛି ବଲାଙ୍ଗିର ଜିଲ୍ଲା ଅମଲା ସଂଘ । ବଲାଙ୍ଗିର କଲେକ୍ଟୋରିଆଟ୍ ମଧ୍ୟରେ ଏକ ସମ୍ମିଳନୀ କକ୍ଷରେ ଆଜି ବଲାଙ୍ଗିର ଜିଲ୍ଲା ଅମଲା ସଂଘ ଏକ ବୈଠକର ଆୟୋଜନ କରି ରାଜ୍ୟ ସରକାର ସେମାନଙ୍କ ଦାବୀ ପୂରଣ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ୨୦୧୭ରେ ଅମଲା ସଂଘ ସ୍ପେସିଆଲ କ୍ୟାଡ଼ର୍ ଦାବୀ କରି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ । କିନ୍ତୁ ଦାବୀ ପୂରଣ ନହେବାରୁ ପୁଣି ୨୦୧୮ରେ ପୁଣି ସ୍ପେସିଆଲ କ୍ୟାଡ଼ର ସହ ବେତନ ବୃଦ୍ଧି ଦାବୀ ନେଇ ଅମଲା ସଂଘ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିଲା । ଏହାପରେ ମଧ୍ୟ ସରକାର ଦାବୀ ପୂରଣ ନକରିବାରୁ ୨୦୨୩ରେ ମିଳିତ ମଂଚ ଆଧାରରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗତ ୧୯ ତାରିଖ ଦିନ ସରକାର ସେମାନଙ୍କ ୨୦୧୭ର ଦାବୀ ପୂରଣ କରି ରାଜସ୍ୱ ବିଭାଗକୁ ସ୍ପେସିଆଲ୍ କ୍ୟାଡ଼ର୍ ଘୋଷଣା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ ଓ ରାଜସ୍ୱ ଅମଲା ସଂଘର ମାର୍ଗଦର୍ଶକ ବବି ଦାସଙ୍କୁ ଅମଲା ସଂଘ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ସମୟରେ ମିଳିତ ମଂଚର ଆଉ ଦୁଇଟି ଦାବୀ କ୍ୟାଡ଼ର ରିଷ୍ଟ୍ରକ୍ଚର୍ ଏବଂ ବେତନ ବୃଦ୍ଧି ଦାବୀ ପୂରଣ ଦିଗରେ ସରକାର ଦୃଷ୍ଟି ଦେବେ ବୋଲି ଅମଲା ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।
Next Post