ମାହେଶ୍ୱରୀ ସଙ୍ଗଠନର ବାର୍ଷିକ ସାଧାରଣ ବୈଠକ – ୨୦୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚଟିଆପାଲିସ୍ଥିତ ରାଧାରମଣ ଆଶ୍ରମ ପରିସରରେ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଙ୍ଗଠନର ବାର୍ଷିକ ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆଙ୍କ ସଭାପତିତ୍ୱରେ ହୋଇଥିବା ଏହି ଅଧିବେଶନ ପ୍ରାରମ୍ଭରେ ନୁତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବ୍ଳକସ୍ତରୀୟ ତଥା ପଂଚାୟତସ୍ତରୀୟ ପଦାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲ । ମହିଳା ଶାଖା ସହ ସଂଯୋଜିକା କ୍ରିତିକା ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ଶୋଭନ ଅଗ୍ରୱାଲ ଆଗାମୀ ବର୍ଷ ପାଇଁ ଥିବା ଅଭିନବ ସମାଜ ସୁଧାର ମୁନ୍ଦକ ପଦକ୍ଷେପମାନଙ୍କ ବିଷୟରେ ବୁଝେଇଥିଲେ । ବରିଷ୍ଠ ସଭ୍ୟ ଅପ୍ରମିତ ପରିଚ୍ଛା ତଥା ବଲାଙ୍ଗିର ସଦର ବ୍ଳକ ସଭାପତି ଦେବାଶିଷ ପାଣ୍ଡିଆ ନିଜ ନିଜର ଗଠନମୂଳକ ମକ୍ତବ୍ୟ ଉପସ୍ଥାପନା କରିଥିଲେ । ଜିଲ୍ଲା ସଂଯୋଜକ ସୌମ୍ୟରଂଜନ ପଣ୍ଡା ସଙ୍ଗଠନର ନୂତନ ଭାବେ ସ୍ଥିରିକୃତ ହୋଇଥିବା ନିୟମାବଳୀ ବିଷୟରେ ବୁଝାଇଥିଲେ । ସେବା କ୍ଷେତ୍ରରେ ସମର୍ପିତ ମାହେଶ୍ୱରୀ ସଙ୍ଗଠନ କେବଳ ରୋଗୀ ସେବାରେ ସିମିତ ନ ରହି ଶିକ୍ଷା, ସଚେତନା ପ୍ରମୁଖ ବିଷୟ ପ୍ରତି ସର୍ବଦା ଯତ୍ନଶୀଳ ରହି ଆଶିଥିବା ବେଳେ, ଚଳିତ ବର୍ଷ ୨୦୨୪କୁ ବଲାଙ୍ଗିର ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ବୈୟବିକ ପରିବର୍ତ୍ତନ ଆଣିବା ପାଇଁ ଆଜିର ବାର୍ଷିକ ଅଧିବେଶନରେ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ଆଗଲପୁର ଶାଖାର ବରିଷ୍ଠ ଉପଦେଷ୍ଟା ମୋହନ ପଟେଲ ତଥା ବଲାଙ୍ଗିର ମୁଖ୍ୟଶାଖା ଉପଦେଷ୍ଟା ଲୋଟସ୍‌ ଶଡଙ୍ଗି, ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ, ଲଲିତ ସାହୁ ପମୁଖ ନିଜର ବକ୍ତବ୍ୟ ରଖିବା ପରେ ଶେଷରେ ମହିଳା ଶାଖାର କ୍ରିଷ୍ଣାପ୍ରିୟା ପାଣି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.