ଖ୍ରୀଷ୍ଟିଆନ ଆସୋସିଏସନ୍‌ର ୪୦ତମ ଖ୍ରୀଷ୍ଟମାସ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ଦୁଇ ଦିନ ଧରି ଖ୍ରୀଷ୍ଟମାସ ମିଳନ ମିଶନ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରାକ୍ତନ କାଉନସିଲର ରସିଦ ଆସ୍‌ଲମ୍‌ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଅଜୟ ଖାଲଖୋ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ସୁଶିଲ କୁମାର କିଣ୍ଡୋ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଫାଦର ଅମିତ୍ ଏକ୍କା ପ୍ରାର୍ଥନା ପାଠ କରିଥିବା ବେଳେ ଆଲିଶା ଲାଗୁନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଭାବେ ସିଷ୍ଟର ଅନିତା ବାନ୍ଦୋଡ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରବନ୍ଧକ ଯୁଗଳ କିଶୋର ମିଞ୍ଜ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବ୍ୟାପକ କରିବାପାଇଁ ଆହ୍ୱାନ ଦେଇଥିଲେ । ଶଶିଭୂଷଣ କୁଜୁର, ପାଷ୍ଟର ଅଜୟ ମିଞ୍ଜ ପ୍ରମୁଖ ମଞ୍ଚାସୀନ ଥିଲେ । ସେହିପରି ଦ୍ୱିତୀୟ ଦିନ ମୁଖ୍ୟ ଅତିଥି ଭାବେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ପାଢ଼ୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ ଖ୍ରୀଷ୍ଟମାସ ଓ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣି ଦେଉ ବୋଲି କାମନା କରିଥିଲେ । ପ୍ରଦୁଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ରମେଶ ଏକ୍କା ପ୍ରଦୂଷଣ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସରପଞ୍ଚ ଅଜିତ ତିର୍କି, ସମାଜସେବୀ ଗଣେଶ ଲୋହାର, ମହେନ୍ଦ୍ର ମହାନ୍ତି ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମକୁ ଅଜୟ ଏକ୍କା ଓ ସୁଶିଲ କିଣ୍ଡୋ ପରିଚାଳନା କରିଥିଲେ । ପ୍ରାରମ୍ଭିକ ପ୍ରାର୍ଥନା ପାଷ୍ଟର ମାର୍କସ କେରକେଟା ଗାନ କରିଥିଲା ବେଳେ ସାନ୍ତାକ୍ରୁଜ ସମସ୍ତଙ୍କୁ ଉପହାର ଓ ଖୁସି ବାଣ୍ଟିଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ପଵନ ଓ ସମୀର ହେମ୍ରମ ଗୃପ ତରଫରୁ ମ୍ୟୁଜିକାଲ ନାଇଟ ପରିବେଷଣ କରାଯାଇଥିଲା । ଅଜୟ ଖାଲଖୋ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସର୍ବଶ୍ରୀ ଅମିତ ବାରା, ମନିଷ ତିର୍କି, ରାଜେଶ ଟପ୍ପୋ, ବିଜୟ ବାରା, କସପାଲ ଏକ୍କା, ମକସୁଦ ଅଲ୍ଲି, ଆଲେକଜାଣ୍ଡାର ବୋଷ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!