ହାଟପଦାପଡ଼ା ଜୁନିଅର ଫୁଟବଲ ଟିମ ତରଫରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଆୟୋଜିତ : ଫାଇନାଲରେ ଚିଙ୍ଗେରମୁଣ୍ଡା ବିଜୟୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଠଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲରେ ଚିଙ୍ଗେରମୁଣ୍ଡା ଓ ସିହିନି ଦଳ ମଧ୍ୟରେ ଖେଳ ହୋଇଥିଲା । ସମୟ ସୀମା ଭିତରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ପେନାଲ୍ଟି ସୁଟ ଆଉଟ୍ ଖେଳା ଯାଇଥିଲା । ୩ ଗୋଲ ଦେଇ ଚିଙ୍ଗେରମୁଣ୍ଡା ଦଳ ବିଜୟୀ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁବ ସାମ୍ବାଦିକ ସଞ୍ଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଫୁଟବଲ୍ ଖେଳାଳି ବଳରାମ ପୁଟେଲ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ରେଫ୍‌ରି ଭାବରେ ଦାୟିତ୍ଵ ତୁଲାଇଥିଲେ କରନ୍ ଦ୍ଵିପ, ସାଗର ରତେଇ, ସଞ୍ଜୀବ ମହାରଣା । ଏହି ପ୍ରତିଯୋଗିତାକୁ ଆୟୋଜନ କରିଥିଲେ । ହାଟପଦାପଡ଼ା ଜୁନିଅର ଫୁଟବଲ ଟିମ୍‌ର ଅଜୟ ସରାଫ, ମାଧବ ଆଡଯୁଆଡ, ବିକାସ ବେହେରା, ସାନେ ବାଗ, ରଞ୍ଜିତ ଦ୍ଵିପଙ୍କ ସହ ଅନ୍ୟାନ୍ୟ ଟିମ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.