oom

ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓଙ୍କ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ : ପ୍ରମୋଦ ମିଶ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କରଠାରେ ଚାଲିଥିବା ଉନ୍ନୟନ କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ଜଣେ ସରପଞ୍ଚ ତଥା କୋଶଲ ମୁକ୍ତି ମୋର୍ଚ୍ଚାର ଜଣେ ସଦସ୍ୟ ସୁଶୀଳ କୁମାର ଗୁରୁ କଣ୍ଟାବାଞ୍ଜି ଏସ୍‌ଡିଓ ସିଦ୍ଧାର୍ଥ ଦାସଙ୍କ ସହ ଯୁକ୍ତିତର୍କ ହେବା ବେଳେ ଏସ୍‌ଡିଓ ଶ୍ରୀ ଦାସ ସରପଞ୍ଚ ଶ୍ରୀ ଗୁରୁଙ୍କୁ ଆକ୍ରମଣ କରିବା ଘଟଣାକୁ କୋଶଲ ରାଏଜ କ୍ରିୟାନୁଷ୍ଠାନ କମିଟିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦୃଢ ନିନ୍ଦା କରିଛନ୍ତି । ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.