csstore

ନିର୍ଝରିଣୀ ସାହିତ୍ୟ, କଳାସଂସ୍କୃତି ପରିଷଦ ଦ୍ୱାରା ୧୨ତମ ବାର୍ଷିକ ଉତ୍ସବ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ନିର୍ଝରିଣୀ ସାହିତ୍ୟ, କଳାସଂସ୍କୃତି ପରିଷଦ ଦ୍ୱାରା ରବିବାର ଦିନ ୧୨ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଜିଆର୍‌ ପ୍ୟାଲେସରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସ୍ତରୀୟ ବହୁଭାଷୀ କବିତା ପାଠୋତ୍ସବରେ ରାଜ୍ୟର ଶତାଧିକ କବିୟତ୍ରୀ, କବିମାନେ ନିଜ ନିଜ ସ୍ୱ-ରଚିତ କବିତା ପାଠ କରିଥିଲେ । କବିତା ପାଠୋତ୍ସବ ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରର ବିଷୟ ବସ୍ତୁ ସାହିତ୍ୟ କ୍ଷେତ୍ରରେ ପରିବେଶ ସୁରକ୍ଷା, ପୁସ୍ତକ ଉନ୍ମୋଚନ ଓ ପ୍ରତିଭା ସମ୍ବର୍ଦ୍ଧନା ପର୍ବ ମଧ୍ୟ ହୋଇଥିଲା । ଏହି ବାର୍ଷିକ ପର୍ବ ପାଳନ ଅବସରରେ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥୀ ଭାବେ ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାଶ, ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝି, ସାମାଜିକ କର୍ମୀ ସଂଜୟ କୁମାର ଗାଂନ୍ଧୀ ଅଗ୍ରୱାଲ, ସୂର୍ଯ୍ୟକାନ୍ତ ରଣା ଉପସଭାପତି, କବି ଟିକେଲାଲ ବେହେରା ସମ୍ମାନିତ ଅତିଥୀ ଭାବେ ମଂଚାଶିନ ଥିଲେ । ଆଲୋଚନା ଚକ୍ରର ଅଧିବେଶନରେ ମୁଖ୍ୟ ଅତିଥୀ ଭାବେ ପୂର୍ବତନ ବିଧାୟକ ଅୟୁବ ଖାନ, କଂଟାବାଂଜି ଏନ୍‌ଏସି ନଗରପାଳ ବରିୟାମ ସିଂ ସାଲୁଜା (ସମ୍ମାନିତ ଅତିଥୀ) ମୁଖ୍ୟବକ୍ତା ଭାବେ ଭିକାରୀ ଚରଣ ମିଶ୍ର ମଂଚାଶିନ ଥିବା ବେଳେ ଅନୁଷ୍ଠାନର ସମ୍ପାଦକ ବିରଂଚି ନାରାୟଣ ଦାସ ସଭା ସଂଯୋଜନା କରିଥିଲେ । ଏହି ଅବସରରେ କବି ଡ. ସଚ୍ଚିଦାନନ୍ଦ କର, ଡ. ସଂଜୟ କୁମାର ପଣ୍ଡା, ଦିଲ୍ଲୀପ କୁମାର ମହାନ୍ତି, ମହେନ୍ଦ୍ର କୁମାର ଘଡେଇ, ସୁପ୍ରଭା ସାମଲ, ଦେବେନ୍ଦ୍ର କୁମାର ନାଏକ, ପ୍ରମୋଦ କୁମାର ରାଉଳ, ସଂଯୁକ୍ତା ପାଣିଗ୍ରାହୀ, ରାଜୀବ ପ୍ରସାଦ ବୋଇ, ଅର୍ଜୁନ ସାହୁ, ରୋହିଣୀ ଦାଶ, ଥମିର ଛତ୍ରିଆ, ଅନ୍ତର୍ଯ୍ୟାମୀ ବରିହାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅତିଥୀମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.