ସମୁଦ୍ର କୂଳରୁ ମିଳିଲା ଅଜଣା ମୃତଦେହ

ବ୍ରହ୍ମପୁର : ଗୋପାଳପୁର ସମୁଦ୍ର ବେଳାଭୂମିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ଏବେ ଯାଏଁ ମିଳିନି ମୃତ ଯୁବକଙ୍କ ପରିଚୟ । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୁଚନା ଅନୁଯାୟୀ,ଆଜି ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର କିଛି ଲୋକେ ଦେଖିଥିଲେ । ନିକଟରେ ଏକ ସାଇକେଲ୍‌ ମଧ୍ୟ ପଡିଥିଲା । ତେବେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ହେଲେ ଏବେ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

Leave A Reply

Your email address will not be published.