ଓଡିଶାର ୧୦୨ ବିଧାୟକ ପାରାଦ୍ୱୀପରେ ନୌସେନାର ସମରାଭ୍ୟାସ ଦେଖିଲେ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ଓଡିଶା ବିଧାନସଭାର ସଦସ୍ୟ ମାନଙ୍କୁ ପ୍ରଥମ ଥର ପାଇଁ ଗଭୀର ସମୁଦ୍ର ମଧ୍ୟରେ ସମରାଭ୍ୟାସ ଦେଖେଇବାର ସୁଯୋଗ ଦେଇଛି ଭାରତୀୟ ନୌସେନା । ଓଡିଶା ବିଧାନସଭାରୁ ୧୦୨ ଜଣ ବିଧାୟକ ବସ୍‌ ଯୋଗେ ପାରାଦୀପ ଆସିଥିଲେ । ବାଚସ୍ପତି ଡ.ସୂର୍ୟ୍ୟନାରାୟଣ ପାତ୍ରଙ୍କ ସହିତ ବିଧାୟକ ମାନେ ପିଆଇସିଟି ବର୍ଥରେ ଥିବା ଆଇଏନଏସ୍‌ ଜଳସ୍ୱା ଜାହାଜରେ ପାରାଦୀପ ସମୁଦ୍ର ମଧ୍ୟ କୁ ଯାଇଥିଲେ । ଗଭୀର ସମୁଦ୍ର ମଧ୍ୟରେ ଆଇଏନଏସ୍‌ ଜଳସ୍ୱା, ଆଇଏନଏସ୍‌ ଶକ୍ତି, ଆଇଏନଏସ୍‌ ଶିବାଲିକ୍‌, ଆଇଏନଏସ୍‌ ସହ୍ୟାଦ୍ରୀ ସମରାଭ୍ୟାସ ପ୍ରଦର୍ଶନ କରିଥିଲେ ।

୧୯୭୧ ମସିହାରେ ଭାରତୀୟ ନୌସେନା ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା । ଏହି ଗୌରବମୟ ବିଜୟର ୫୦ତମ ବର୍ଷ ପୂର୍ତି ଉପଲକ୍ଷେ ଭାରତୀୟ ନୌସେନା ପ୍ରଥମ ଥର ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ତାର କାର୍ୟ୍ୟକ୍ରମ ଓଡିଶା ବିଧାନସଭାର ବିଧାୟକ ମାନଙ୍କୁ ଦେଖାଇବା ପାଇଁ ଅନୁରୋଧ କରିଥିଲା ।

ଏହି କାର୍ୟ୍ୟକ୍ରମ ଦେଖିଫେରିବା ପରେ ଗଣ ମାଧ୍ୟମକୁ ସମ୍ବୋଧନ କରିଥିଲେ ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ର ଏବଂ ଉପସ୍‌ସ୍ଥିତ ଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହି ସୁଯୋଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବିଧାନସଭାର ବିଧାୟକ ମାନଙ୍କୁ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ଭାରତୀୟ ନୌସେନାକୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ୟ୍ୟକ୍ରମକୁ ନାଭାଲ୍‌ ଅଫିସର ଇନ-ଚାର୍ଜ(ଓଡିଶା) କମୋଡର ରୂତୁରାଜ ସାହୁ ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମ କୋଭିଡ-୧୯ ନିୟମ ପାଳନ କରା ଯାଇଥିଲା ।

Leave A Reply

Your email address will not be published.

error: Content is protected !!